୪ ଜଣ ପୁଲିସ ଅଧିକାରୀଙ୍କୁ ଜେଲ ଦଣ୍ଡ

ହାଇଦ୍ରାବାଦ: ୪ ଜଣ ପୁଲିସ ଅଧିକାରୀଙ୍କୁ ମିଳିଲା ଜେଲ ଦଣ୍ଡ । ଗୋଟିଏ ବିରଳ ଘଟଣାକ୍ରମରେ ୪ ଜଣ ପୁଲିସ ଅଧିକାରୀଙ୍କୁ ଜେଲ ଦଣ୍ଡରେ ଦଣ୍ଡିତ କରଯାଇଛି । ତେଲେଙ୍ଗାନା ହାଇକୋର୍ଟ ମାମଲାର ଶୁଣାଣୀ କରି ଏହି ଦଣ୍ଡ ଶୁଣାଇଛନ୍ତି ।

ଜେଲ ଦଣ୍ଡ ପାଇଥିବା ୪ ପୁଲିସ କର୍ମଚାରୀଙ୍କ ମଧ୍ୟରେ ଜଣେ ଆଇପିଏସ୍‌ ମଧ୍ୟ ରହିଛନ୍ତି। ଏହି ପୁଲିସ୍‌ ଅଧିକାରୀମାନେ ଗୋଟିଏ ଯୌତୁକ ନିର୍ଯାତନା ମାମଲାରେ ନିଜ ଇଚ୍ଛା ଅନୁସାରେ ତଦନ୍ତ କରିବା ସହ ଗୋଟିଏ ପକ୍ଷଙ୍କୁ ହଇରାଣ କରୁଥିଲେ। ଏଥିପାଇଁ ତେଲେଙ୍ଗାନା ହାଇକୋର୍ଟ ସେମାନଙ୍କୁ ୪ ସପ୍ତାହର ଜେଲ ଦଣ୍ଡ ଦେଇଛନ୍ତି। ଏଥିସହ ହାଇକୋର୍ଟ ହାଇଦ୍ରାବାଦ ପୁଲିସ୍‌ କମିଶନରଙ୍କୁ ୪ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ କହିଛନ୍ତି। ଏହାବାଦ ସମସ୍ତଙ୍କୁ ୨ ହଜାର ଟଙ୍କା ଲେଖାଏ ଜୋରିମାନା ଦେବାକୁ ମଧ୍ୟ କୁହାଯାଇଛି। ଦୋଷୀ ସାବ୍ୟସ୍ତ ହୋଇଥିବା ଆଇପିଏସ୍‌ ଏଆର ଶ୍ରୀବାସ୍ତବ ହାଇଦ୍ରାବାଦ ଆଡିସନାଲ କମିଶନର(କ୍ରାଇମ) ଭାବେ କାମ କରୁଛନ୍ତି। ସେହିପରି ବଞ୍ଜରା ହିଲ୍ସର ଆସିସଷ୍ଟାଣ୍ଟ କମିଶନର ଏମ ସୁଦର୍ଶନ, ଜୁବିଲ ହିଲ୍ସ ସର୍କଲ ଇନସପେକ୍ଟର ଏସ୍‌ ରାଜଶେଖର ରେଡ୍ଡୀ ଓ ସବ ଇନସପେକ୍ଟର ନରେଶଙ୍କୁ କୋର୍ଟ ଦଣ୍ଡ ବିଧାନ କରିଛନ୍ତି।

ବୈବାହିକ ବିବାଦ ମାମଲାର ତଦନ୍ତ କରିବା ବେଳେ ପୁଲିସ୍‌ ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଉଲ୍ଲଙ୍ଘନ କରିଥିବାରୁ ହାଇକୋର୍ଟର ବିଚାରପତି ଜଷ୍ଟିସ ଜି ରାଧା ରାଣୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ପୁଲିସ୍‌ ଏକ ପାଖିଆ ତଦନ୍ତ କରିବା ସହ ଅଭିଯୁକ୍ତ ସ୍ୱାମୀଙ୍କ ବିରୋଧରେ ଲୁକ ଆଉଟ ସର୍କ୍ୟୁଲାର(ଏଲଓସି) ଜାରି କରିଥିଲା। ହେଲେ ଏହି ସମୟରେ ବୈବାହିକ ତଥ୍ୟକୁ ଗୁରୁତ୍ୱ ଦେଇ ନଥିଲେ। ତେଣୁ ଜଷ୍ଟିସ ଜି ରାଧା ରାଣୀ ପୁଲିସ୍‌କୁ ତୀବ୍ର ସମାଲୋଚନା କରିଛନ୍ତି।

ବର୍ତ୍ତମାନ ବ୍ୟାକଂଙ୍କରେ ରହୁଥିବା ଜୁବଲି ହିଲ୍ସର ମୂଳ ବାସିନ୍ଦା ଜାକ୍କା ବିନୋଦ କୁମାର ରେଡ୍ଡୀ(୪୯) ଓ ତାଙ୍କ ମା’ ସୌଜନ୍ୟା ରେଡ୍ଡୀଙ୍କ ଆବେଦନର ଶୁଣାଣି କରି ଏପରି ରାୟ ଦେଇଛନ୍ତି। ବିନୋଦ ୨୦୧୧ରେ ସୁମନା ପିଙ୍କୁ ବିବାହ କରିଥିଲେ। ଏହା ଉଭୟଙ୍କର ଦ୍ୱିତୀୟ ବିବାହ ଥିଲା। ତେବେ ବିବାଦ କାରଣରୁ ବିନୋଦ ଓ ସୁମନା ଅଲଗା ହୋଇ ଯାଇଥିଲେ। ୨୦୧୪ ଜୁଲାଇରୁ ସେମାନେ ଅଲଗା ଅଲଗା ରହୁଛନ୍ତି।

ବିବାଦ ଉପୁଜିବାରୁ ସୁମନା ଯୌତକ ନିର୍ଯାତନା ମାମଲା କରିଥିଲେ। ପୁଲିସ୍‌ ଏକପାଖିଆ ତଦନ୍ତ କରିବାରୁ ମାମଲା ହାଇକୋର୍ଟରେ ପହଞ୍ଚିଥିଲା। ହାଇକୋର୍ଟରେ ବିନୋଦଙ୍କ ଓକିଲ କହିଥିଲେ ଯେ ବିନୋଦଙ୍କ ପ୍ରଥମ ପତ୍ନୀ ଗୋଟିଏ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ଝିଅଟି ବିନୋଦଙ୍କ ପାଖରେ ହିଁ ରହୁଛନ୍ତି। ତା’ର ଭବିଷ୍ୟତ ପାଇଁ ସେ ବ୍ୟାଙ୍କଙ୍କ ଯିବା ସହ ଝିଅକୁ ସେଠାରେ ବ୍ୟାଡମିଣ୍ଟନ ତାଲିମ ଦେଇଥିଲେ।

ବର୍ତ୍ତମାନ ତାଙ୍କ ଝିଅ ଜୁନିୟର ବର୍ଗରେ ବିଶ୍ୱର ୨ ନଂ ଖେଳାଳି। ଭାରତ ପାଇଁ ସେ ଗର୍ବ ଆଣିଛନ୍ତି। ବିନୋଦଙ୍କ ମା’ ମଧ୍ୟ ବ୍ୟାଙ୍କଙ୍କରେ ରହୁଛନ୍ତି। ବିନୋଦଙ୍କ ବେଙ୍ଗାଲୁରୁ ସମ୍ପତ୍ତି ନେବାକୁ ସୁମନା ଉଦ୍ୟମ କରିବାରୁ ସେ ମାମଲା କରିଥିଲେ। ଜୁବିଲ ହିଲ୍ସ ପୁଲିସ ଇନସପେକ୍ଟର ବେଙ୍ଗାଲୁରୁରେ ଥିବା ସବ୍‌ ରେଜିଷ୍ଟ୍ରାର୍ସଙ୍କୁ ୫ଟି ଚିଠି ଲେଖି ବିନୋଦଙ୍କ ସମ୍ପତ୍ତି ଯେମିତି ବିକ୍ରି ହୋଇ ପାରିବ ନାହିଁ, ତା’ର ବ୍ୟବସ୍ଥା କରିବାକୁ କହିଥିଲେ।

ଏସବୁ ଭିତରେ ସୁମନା ୨୦୧୯ରେ ବିନୋଦ, ତାଙ୍କ ମା’ ଓ ଭଉଣୀଙ୍କ ବିରୋଧରେ ଯୌତୁକ ନିର୍ଯାତନା ଓ ଘରୋଇ ହିଂସାର ମାମଲା ରୁଜୁ କରିଥିଲେ। ନିୟମ ଅନୁଯାୟୀ, ପୁଲିସ୍‌ ସିଆରପିସିର ସେକସନ ୪୧-ଏରେ ନୋଟିସ କରିବା କଥା। କିନ୍ତୁ ପୁଲିସ୍‌ ସେ ଭଳି କିଛି କରି ନଥିଲା। ବିନୋଦ ଓ ତାଙ୍କ ମା’ ବ୍ୟାଙ୍କଙ୍କରେ ଥିବା ପୁଲିସ୍‌ ଭଲ ଭାବେ ଜାଣିଥିଲେ ମଧ୍ୟ ତତ୍କାଳୀନ ପଶ୍ଚିମ ଜୋନ ଡିସିପି ଥିବା ଆଇପିଏସ୍‌ ଶ୍ରୀନିବାସ ଜାଣିଶୁଣି ଏଲଓସି ଜାରି କରିଥିଲେ। ଶ୍ରୀନିବାସ ଓ ବାକି ୩ ପୁଲିସ୍‌ ଅଧିକାରୀ ସୁମନାଙ୍କ କଥାରେ ପରିଚାଳିତ ହୋଇ କୋର୍ଟଙ୍କୁ ବିଭ୍ରାନ୍ତ କରିଥିଲେ। ବିନୋଦ ଓ ତାଙ୍କ ମା’ ଫେରାର ହୋଇ ଯାଇଥିବା ସେମାନେ କହିଥିଲେ।

ପୁଲିସ୍‌କୁ ବିନୋଦ ଓ ତାଙ୍କ ମା’ ହ୍ୱାଟସଆପ୍‌ରେ ମେସେଜ କରିଥିଲେ। ଏହାକୁ ପୁଲିସ୍‌ ଅଧିକାରୀମାନେ ଦେଖିଥିବା ବ୍ଲୁ ଟିକ୍‌ରୁ ସ୍ପଷ୍ଟ ହୋଇଛି। ତଥାପି ସେମାନେ ସମୁନାଙ୍କ କଥାରେ ପଡ଼ି ଏକ ପାଖିଆ ତଦନ୍ତ କରିଥିଲେ।

ବିନୋଦଙ୍କୁ ଆର୍ମସ ଆକ୍ଟରେ ଫସାଇବାକୁ ପୁଲିସ୍‌ ୨ ନଂ ଏଫଆଇଆର ରୁଜୁ କରିଥିଲା। ହେଲେ ବିନୋଦ ତାଙ୍କ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ କେବେ ଠାରୁ ଜୁବଲି ହିଲ୍ସ ପୁଲିସ ଷ୍ଟେସନରେ ଦାଖଲ କରିଦେଇଛନ୍ତି ବୋଲି ବିନୋଦଙ୍କ ଓକିଲ କହିଥିଲେ। ଏହାପରେ ସବୁ ପ୍ରମାଣ ଓ ଯୁକ୍ତିକୁ ଶୁଣି ହାଇକୋର୍ଟ ୪ ପୁଲିସ୍‌ ଅଧିକାରୀଙ୍କୁ ୪ ସପ୍ତାହର ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି।

Related Posts