“ଚାଉଳ ମାଗିବା ଅପେକ୍ଷା ତୁମେ ମରିଯିବା ଭଲ”:ଗରୀବ ଚାଷୀଙ୍କୁ ମନ୍ତ୍ରୀଙ୍କ କଟାକ୍ଷ

karnatak miniser

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ସାରା ଦେଶ ମହାମାରୀ କରୋନା ସହ ଲଢୁଛି । ଏପରିସ୍ଥିତିରେ କର୍ଣ୍ଣାଟକ ଖାଦ୍ୟ ଯୋଗାଣ ଓ ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ ଉମେଶ ବିଶ୍ୱନାଥ କଟ୍ଟିଙ୍କ ଏକ ଅଡିଓ ଭାଇରାଲ ହେବାରେ ଲାଗିଛି । ଏହି ଅଡିଓ କ୍ଲିପରେ ପିଡିଏସ ଚାଉଳ ଆବଣ୍ଟନ କଟକଣା ସମ୍ପର୍କରେ ଚାଷୀଙ୍କୁ ମନ୍ତ୍ରୀ କଟାକ୍ଷ କରିଥିବାର ଦେଖାଦେଇଛି । ଏନେଇ ବିରୋଧୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ତେବେ ଖାଦ୍ୟ ଯୋଗାଣ ଓ ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ ଉମେଶ ବିଶ୍ୱନାଥ କଟ୍ଟିଙ୍କୁ ରାଜ୍ୟର ପିଡିଏସ ଚାଉଳ ଆବଣ୍ଟନକୁ ନେଇ ଜଣେ ଚାଷୀ ଟେଲିଫୋନ ଯୋଗେ ଅଭିଯୋଗ କରିଥିଲେ । ଚାଷୀଙ୍କ ଅଭିଯୋଗ କ୍ରମେ, ପିଡିଏସରେ ମିଳୁଥିବା ମୁଣ୍ଡ ପିଛା ୫ କେଜି ଚାଉଳକୁ ଏବେ ୨ କେଜି କରି ଦିଆଯାଇଛି । ଅନ୍ୟପଟେ ଗୋଟେ ବର୍ଷରୁ ଅଧିକ ସମୟ ଧରି ହାତରେ କାମ ନଥିବା ବେଳେ ସରକାରଙ୍କ ଏପରି କାର୍ଯ୍ୟ ଚାଷୀମାନଙ୍କୁ ଚିନ୍ତାରେ ପକାଇଛି ବୋଲି ଚାଷୀ ଜଣଙ୍କ ମନ୍ତ୍ରୀଙ୍କ ପାଖରେ ଅଭିଯୋଗ କରିଥିଲେ । ଏହାର ଜବାବରେ ମନ୍ତ୍ରୀ ଖୁବ ଶୀଘ୍ର ପିଡିଏସ ଚାଉଳ ବଣ୍ଟନର ମାତ୍ରକୁ ବଢାଯିବ ବୋଲି କହିଥିଲେ । ଏହା ସହ କେନ୍ଦ୍ର ସରକାର ଦେଇଥିବା ପ୍ରତିଶୃତି ବିଷୟରେ ମଧ୍ୟ କହିଥିଲେ । ତେବେ ଚାଷୀ ଜଣଙ୍କ କେବେ ସୁଧା ସେମାନଙ୍କୁ ଅଧିକ ଚାଉଳ ମିଳିବ ବୋଲି ପ୍ରଶ୍ନ କରିଥିଲେ । ଏହାର ଜବାବ ରଖି ମନ୍ତ୍ରୀ ଆସନ୍ତା ମାସରୁ ଏହା ବଢାଯିବ ବୋଲି କହିଥିଲେ । ଗୋଟିଏ ମାସ ପର୍ଯ୍ୟନ୍ତ ଆମେ ପରିସ୍ଥିତିକୁ କିପରି ପରିଚାଳନା କରିବୁ ବୋଲି ଚାଷୀ ଜଣଙ୍କ ପ୍ରଶ୍ନ କରିବା ସହ ଆମେ କଣ ମରିଯିବୁ ବୋଲି କହିଥିଲୋ । ଏହାର ଉତ୍ତର ରଖି ମନ୍ତ୍ରୀ ଜଣଙ୍କ ହଁ ଭଲ ତମେ ମରି ଯାଅ ବୋଲି କହିଥିଲେ ।

ଅନ୍ୟପଟେ ମନ୍ତ୍ରୀଙ୍କ ଏହି ଭାଇରାଲ ଅଡିଓ କ୍ଲିପ ବିଷୟରେ ମନ୍ତ୍ରୀ ଜଣଙ୍କ ସ୍ପଷ୍ଟିକରଣ ମଧ୍ୟ ଦେଇଛନ୍ତି । ମନ୍ତ୍ରୀଙ୍କ କହିବା ଅନୁସାରେ କାହାରିକୁ ଏପରି ପ୍ରଶ୍ନ ପଚାରିବା ଉଚିତ ନୁହେଁ । ଯଦି ଚାଷୀ ଜଣଙ୍କ କହିବେ ମୁଁ ମରିଯିବି ଏଥିରେ ମୁଁ ବା କଣ କରିପାରିବି । ମନ୍ତ୍ରୀଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ଚାଷୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଅନ୍ୟପଟେ କଂଗ୍ରେସର ଡି.କେ ଶିବକୁମାର ଏନେଇ ଟ୍ୱିଟ କରିଛନ୍ତି । ସେ କହିଛନ୍ତି, ବିଜେପି ନେତା ଉମେଶ କଟ୍ଟୀ ଜଣେ ନାଗରିକଙ୍କୁ ଦୁର୍ବ୍ୟବହାର କରିଛନ୍ତି ଏବଂ ତାଙ୍କୁ ମରିବାକୁ କହିଛନ୍ତି । କାରଣ କର୍ଣ୍ଣାଟକ ସରକାର ପିଡିଏସ ଅଧିନରେ ଚାଉଳକୁ କାହିଁକି ମାତ୍ର ୨ କିଲୋଗ୍ରାମରେ କାଟିଛନ୍ତି । ମନ୍ତ୍ରୀଙ୍କ ଏପରି ଆଭିମୁଖ୍ୟ ଅତ୍ୟନ୍ତ ନିନ୍ଦନୀୟ ବୋଲି ଶିବକୁମାର କହିଛନ୍ତି । ଏହା ସହ ତାଙ୍କୁ ମନ୍ତ୍ରାଳୟର କାଢି ଦିଆଯାଉ ବୋଲି ଦାବି କରିଛନ୍ତି ।

Related Posts