ଘୋଷଣା ହୋଇପାରେ ଗୁଜରାଟ ଓ ହିମାଚଳପ୍ରଦେଶ ନିର୍ବାଚନ ତାରିଖ, ଅପରାହ୍ନ ୩ଟାରେ ଇସିଙ୍କ ପ୍ରେସ କନଫରେନ୍ସ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ଘୋଷଣା ହୋଇପାରେ ଗୁଜରାଟ ଓ ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ତାରିଖ । ଅପରାହ୍ନ ୩ଟାରେ ଏନେଇ ପ୍ରେସ କନଫରେନ୍ସ କରିବେ ନିର୍ବାଚନ ଆୟୋଗ । ଦିଲ୍ଲୀର ବିଜ୍ଞାନ ଭବନରେ ଭାରତୀୟ ନିର୍ବାଚନ ଆୟୋଗଙ୍କ ପ୍ରେସ କନଫରେନ୍ସ ଡକାଯାଇଛି । ସାମ୍ବାଦିକ ସମ୍ମିଳନୀରେ ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ ଆୟୋଗ ।ଆସନ୍ତା ନଭେମ୍ବରରେ ହିମାଚଳ ପ୍ରଦେଶ ବିଧାନସଭା କାର୍ଯ୍ୟକାଳ ଶେଷ ହେଉଥିବା ବେଳେ ଡିସେମ୍ବରର ଗୁଜରାଟ ବିଧାନସଭା କାର୍ଯ୍ୟକାଳ ଶେଷ ହେବ ।

ସୂଚନାଯୋଗ୍ୟ ଯେ, ଉଭୟ ରାଜ୍ୟରେ ୨୦୧୭ରେ ବିଧାନସଭା ନିର୍ବାଚନ ହୋଇଥିଲା। ଏହି ନିର୍ବାଚନରେ ଗୁଜରାଟରେ ମୋଟ ୧୮୨ଟି ଆସନ ମଧ୍ୟରୁ ବିଜେପି ୯୯ ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସକୁ ୭୭ ସିଟ୍ ମିଳିଥିଲା । ସେହିପରି ହିମାଚଳ ପ୍ରଦେଶରେ ମଧ୍ୟ ମୋଟ ୬୮ ସିଟରୁ ୪୪ ସିଟରେ ବିଜୟୀ ହୋଇଥିଲା ବିଜେପି ।

Related Posts