ସୋନିଆ ଓ ରାହୁଲ ଗାନ୍ଧୀଙ୍କୁ ଭେଟିଲେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର: କଂଗ୍ରେସରେ ମିଶିବା ନେଇ ଜୋର ଧରିଲା ଚର୍ଚା

ନୂଆଦିଲ୍ଲୀ: ଆଜି ହଠାତ୍‌ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଓ କେସି ଭେନୁଗୋପାଲଙ୍କୁ ଭେଟିଛନ୍ତି ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର(ପିକେ) । ହଟାତ ତାଙ୍କର କଂଗ୍ରେସ ନେତାଙ୍କ ସହ ବୈଠକକୁ ନେଇ ଜୋର ଧରିଛି ଚର୍ଚା | ବିଭିନ ମହଲରୁ ଭିନ ଭିନ ମତ ପ୍ରକାଶ ପାଉଥିବା ବେଳେ, ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ପ୍ରଶାନ୍ତ କିଶୋର କଂଗ୍ରେସରେ ମଶିବାକୁ ଚାହୁଁଥିବାରୁ ଏପରି ବୈଠକ କରୁଥିବା କୁହାଯାଇଛି। ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ଏହାକୁ ନେଇ ଦଳୀୟ ଅସନ୍ତୋଷ ମଧ୍ୟ ଦେଖାଯାଇଥିଲା। ଏସବୁ ଭିତରେ ପ୍ରଶାନ୍ତଙ୍କ ସହ ଗାନ୍ଧି ପରିବାରର ବୈଠକ ବେଶ ଗୁରୁତ୍ୱପୂର୍ଣ୍ଣ।

ଏହାପୂର୍ବରୁ ମଧ୍ୟ ପ୍ରଶାନ୍ତ କିଶୋର କଂଗ୍ରେସରେ ମିଶିବେ ବୋଲି ଚର୍ଚ୍ଚା ହୋଇଥିଲା। କିନ୍ତୁ ବୁଝାମଣା ହୋଇ ନପାରିବାକୁ ପ୍ରଶାନ୍ତ କିଶୋର କଂଗ୍ରେସ ଠାରୁ ଦୂରେଇ ଯାଇଥିଲେ। ଏବେ ସେ ପୁଣି କଂଗ୍ରେସ ସହ ମିଶିବା ପାଇଁ ଆଗ୍ରହ ଦେଖାଇଛନ୍ତି। ଏଥିପାଇଁ ସେ ବେଶ କିଛି ମାସ ହେଲା ଗୁପ୍ତରେ ବୁଝାମଣା ମଧ୍ୟ ଆରମ୍ଭ କରିଥିଲେ। ଏହାକୁ ଚୂଡ଼ାନ୍ତ ରୂପ ଦେବାକୁ ଆଜି ପ୍ରଶାନ୍ତ କିଶୋର କଂଗ୍ରେସ ହାଇକମାଣ୍ଡଙ୍କୁ ଭେଟିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଚଳିତ ବର୍ଷ ଶେଷ ଭାଗରେ ଗୁଜରାଟ ବିଧାନସଭା ଥିବାରୁ ପ୍ରଶାନ୍ତ କିଶୋର କଂଗ୍ରେସ ପାଇଁ ରଣନୀତି ପ୍ରସ୍ତୁତ କରିବେ ବୋଲି ପ୍ରଥମେ ଖବର ମିଳିଥିଲା। ହେଲେ ନିଜେ ପ୍ରଶାନ୍ତ କିଶୋର ଏହାକୁ କାଉଣ୍ଟର କରିଛନ୍ତି। ପିକେଙ୍କ ଫୋକସ କେବଳ ୨୦୨୪ ସାଧାରଣ ନିର୍ବାଚନ ଉପରେ ରହିଛି। ୨୦୨୪କୁ ଦୃଷ୍ଟିରେ ରଖି ହିଁ ପ୍ରଶାନ୍ତ ଆଜି ସୋନିଆ, ରାହୁଲ ଓ ଭେନୁଗୋପାଲଙ୍କୁ ଭେଟିଛନ୍ତି।

୨୦୨୪କୁ ନେଇ ବୁଝାମଣା ହେବା ପରେ ହିଁ ପ୍ରଶାନ୍ତ କଂଗ୍ରେସ ପାଇଁ କାମ ଆରମ୍ଭ କରିବେ। ଏହାର ଭିତରେ ଗୁଜରାଟ ସମେତ ଆଉ ଯେଉଁ ସବୁ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ, ତା’ ପାଇଁ ମଧ୍ୟ ପ୍ରଶାନ୍ତ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବେ। କିନ୍ତୁ ଏହାପୂର୍ବରୁ ପ୍ରଥମେ ୨୦୨୪ ପାଇଁ ହିଁ ବୁଝାମଣା ସପକ୍ଷରେ ସେ ରହିଛନ୍ତି।

ତେବେ ଆଜିର ବୈଠକ ରେ କଣ ସବୁ ଆଲୋଚନା ହେଉଛି ଏବେ ତା ଉପରେ ସମସ୍ତଙ୍କ ନଜର ରହିଛି |

Related Posts