ସାମ୍ନାକୁ ଆସିବ ଆଜି ଗୋଟିଏ ଲୋକ ସଭା, ୪ଟି ବିଧାନସଭା ଆସନର ଫଳାଫଳ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସାମ୍ନାକୁ ଆସିବ ଆଜି ଗୋଟିଏ ଲୋକ ସଭା, ୪ଟି ବିଧାନସଭା ଆସନର ଫଳାଫଳ । ତେବେ ଦ୍ୱିପ୍ରହର ସୁଦ୍ଧା ପ୍ରାର୍ଥୀଙ୍କ ବିଜୟ ପରାଜୟକୁ ନେଇ ଫଳାଫଳ ସାମ୍ନାକୁ ଆସିପାରେ ବୋଲି ଅନୁମାନ କରାଯାଉଛି । ଏଥିରେ ପଶ୍ଚିମବଙ୍ଗର ଆସାନସୋଲ ଲୋକସଭା ଆସନ ସହ ଛତିଶଗଡ଼, ମହାରାଷ୍ଟ୍ର ଓ ବିହାରର ଗୋଟିଏ ଗୋଟିଏ ବିଧାନସଭା ଆସନ ସାମିଲ ରହିଛି । ଏହି ସବୁ ଆସନରେ ୧୨ ଏପ୍ରିଲରେ ମତଦାନ ହୋଇଥିଲା ।

ସେପଟେ ପଶ୍ଚିମବଙ୍ଗର ଆସନସୋଲ ଲୋକସଭା ଆସନ ପାଇଁ ତୃଣ ମୂଳ କଂଗ୍ରେସ ଅଭନେତା ଶତ୍ରୃଘ୍ନ ସିହ୍ନାଙ୍କୁ ଟିକେଟ ଦେଇଥିଲା । ଏହି ହାଇପ୍ରୋଫାଇଲ ଆସନରେ ହାଇ ପ୍ରେଫାଇଲ ଆସନରେ ଶତୃଘ୍ନ ସିହ୍ନାଙ୍କ ବିପକ୍ଷରେ ବିଜେପି ଅଗ୍ନିମିତ୍ର ପାଲଙ୍କୁ ପ୍ରାର୍ଥୀ କରିଛି । ଅନ୍ୟପଟେ ବାବୁଲ ସୁପ୍ରିୟୋ ଇସ୍ତଫା ଦେବା ପରେ ଏହି ସ୍ଥାନ ଖାଲି ପଡ଼ିଥିଲା । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts