ରାଜ୍ୟରେ 28 ତାରିଖ ଠାରୁ ଖୋଲିବ ପ୍ରାଥମିକ ସ୍କୁଲ, ଆଜି ଅଭିଭାବକ ଏବଂ ଶିକ୍ଷକଙ୍କ ମଧ୍ୟରେ ବୈଠକ

ରାଜ୍ୟରେ ସୁଧୁରିଛି କରୋନା ସ୍ଥିତି | ଧୀରେ ଧୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସ୍ୱାଭାବିକ ଆଡକୁ ଯାଉଥିବା ବେଳେ, ଆସନ୍ତା 28 ତାରିଖରୁ ରାଜ୍ୟରେ ଖୋଲିବ ପ୍ରାଥମିକ ସ୍କୁଲ | କେଜିରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଏବେ କ୍ଲାସ ରୁମରେ ଯାଇ ପାଠପଢା ପଢି କରିପାରିବେ |

ତେବେ ଏହି କରୋନା ର ସଙ୍କଟ ମଧ୍ୟରେ ପିଲାମାନେ ଙ୍କ କିପରି ସୁରକ୍ଷା ଦିଆଯିବ କିପରି ପିଲାମାନେ ସ୍କୁଲ ଆସିବେ ସେନେଇ ଆଜି ଅଭିଭାବକ ଏବଂ ଶିକ୍ଷକଙ୍କ ମଧ୍ୟରେ ବୈଠକ ବସିବ । ଶିକ୍ଷାଦାନ କିଭଳି ସ୍ଵାଭାବିକ ହେବ ଏହି ପ୍ରସଙ୍ଗକୁ ନେଇ ରାଜ୍ୟର ପ୍ରତି ପ୍ରାଥମିକ ସ୍କୁଲରେ ଆଜି ଅଭିଭାବକ ଶିକ୍ଷକ ବୈଠକ (ପିଟିଏ) ବସିବ ବୋଲି ନିଷ୍ପତି ହୋଇଛି।

ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା)ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ସମସ୍ତ ଡିଇଓ, ଡିପିସି ଓ ବିଇଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଇଓ ଏବଂ ସିଆରସିସିମାନେ ବୈଠକ ପରିଚାଳନା କରିବେ । ସ୍କୁଲ ଖୋଲିବା ଦିନ ପିଲାଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରବେଶ ଦ୍ବାରରେ ବେଲୁନ ଓ ଫୁଲରେ ସଜାଇବେ। ଛାତ୍ରଛାତ୍ରୀଙ୍କୁ ଫୁଲ ଦେଇ ସ୍ଵାଗତ କରିବେ । ଏହାସହ ସ୍କୁଲ ଖୋଲିଯିବା ପରେ ପ୍ରଥମରୁ ପଞ୍ଚମ ପିଲାଙ୍କ ଶିକ୍ଷଣସ୍ତର ମାପିବା ପାଇଁ ଆସନ୍ତା 9 ରୁ11 ତାରିଖ ଭିତରେ ହେବାକୁ ଥିବା ବେସଲାଇନ୍ ଆସେସ୍‌ମେଣ୍ଟ ସମ୍ପର୍କରେ ମଧ୍ୟ ଆଲୋଚନା ହେବ ।ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଶୁକ୍ରବାର ସନ୍ଧ୍ୟାରେ ରାଜ୍ୟ ସଚିବାଳୟ ଠାରେ ସ୍କୁଲ ଖୋଲିବା ଓ ପିଲାଙ୍କ ପରୀକ୍ଷା ସମ୍ପର୍କୀତ ସ୍ଥିତିର ସମୀକ୍ଷା କରିଛନ୍ତି। ସ୍କୁଲ ଖୋଲିବା ପରେ କୁନି ପିଲାଙ୍କ ପାଠପଢ଼ା କିଭଳି ସ୍ବାଭାବିକ ହେବ ସେନେଇ ଆଲୋଚନା କରିଥିଲେ |

Related Posts