ନୀଳଗିରିରେ ହାତୀ ଆତଙ୍କ

ନୀଳଗିରି : ବାଲେଶ୍ୱର ଜିଲ୍ଲା ନୀଳଗିରିରେ ପଶିଛନ୍ତି ଝାଡ଼ଖଣ୍ଡୀ ହାତୀ। ଗତ ୧୨ ତାରିଖରେ ଗୋପାଳପୁର ଜଙ୍ଗଲ ଦେଇ ୩୫ଟି ହାତୀ ଏଠାକୁ ଆସିଛନ୍ତି। ସେମାନେ ତିନିକୋଶିଆ ଜଙ୍ଗଲରେ ରହୁଥିବା ବେଳେ ଗତକାଲି ସନ୍ଧ୍ୟାରୁ ଗାଁ ମୁହାଁ ହୋଇଛନ୍ତି।

ଗତକାଲି ଏହି ହାତୀପଲ ଗୁଡ଼ିଶୂଳ ଗାଁର ଦୟାନିଧି ପ୍ରଧାନଙ୍କ ଘର ସହିତ ଆହୁରି ଅନେକଙ୍କ ଘର ଭାଙ୍ଗି ଦେଇଥିବା ଜଣାପଡ଼ିଛି। ଏଥିସହ ବନ୍ଧା ହୋଇଥିବା ଏକ ଗାଈ ହାତୀମାନେ କଚାଡ଼ି ମାରି ଦେଇଥିବା ସୂଚନା ମିଳିଛି। ଗତକାଲି ରାତି ତମାମ ଗାଁରେ ହାତୀପଲ ଉତ୍ପାତ ଚଲାଇଥିଲେ।

ଏନେଇ ସ୍ଥାନୀୟ ବାସିନ୍ଦା ପ୍ରଶାନ୍ତ ସାହୁ କହିଛନ୍ତି,“ଗାଁକୁ ହାତୀ ବାରମ୍ୱାର ଆସୁଛନ୍ତି। ହାତୀ ଆସିବା ଦ୍ୱାରା ବିଦ୍ୟୁତ୍ ରହୁନାହିଁ। ଫଳରେ ଲୋକେ ହଇରାଣ ହେଉଛନ୍ତି। ଏବେ ବିଲରେ ଧାନ ନଥିବାରୁ ସେମାନେ ଘରେ ପଶୁଛନ୍ତି। ”

Related Posts