ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଷ୍ଟ୍ରପତିଙ୍କୁ ଚିଠି ଲେଖି ଇଚ୍ଛାମୃତ୍ୟୁ ମାଗିଲେ ଗୋଟିଏ ପରିବାରର ୧୧ ସଦସ୍ୟ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗ୍ୱାଲିୟର ଜିଲ୍ଲାର ଘାଟିଗାଁଓ ତହସିଲ ଅନ୍ତର୍ଗତ ବୀରାୱଲି ଗାଁର। ପରିବାର ଲୋକଙ୍କ ଅଭିଯୋଗ ସ୍ଥାନୀୟ ଗୁଣ୍ଡାମାନେ ତାଙ୍କ ଜମି ଛଡାଇ ନେବାକୁ ଚାହୁଁଛନ୍ତି। ଶାନ୍ତିରେ ବଞ୍ଚିବାକୁ ଦେଉନାହାନ୍ତି। ପରିବାର ଲୋକଙ୍କ ଅଭିଯୋଗ ଜିତେନ୍ଦ୍ର ଅଗ୍ରୱାଲ ଏବଂ ବିଜୟ କାକବନୀ ନାମକ ଦୁଇ ଜଣ ବ୍ୟକ୍ତି ଧମକ ଚମକ ଦେଉଛନ୍ତି। ସେମାନଙ୍କ ଜମି ଛଡାଇ ନେବାକୁ ଚାହୁଁଛନ୍ତି। ଏଠାରେ ସେମାନେ ପ୍ଲଟ କରି କଲୋନୀ ନିର୍ମାଣ କରିବା ଆରମ୍ଭ କରିଛନ୍ତି।

ବିରୋଧ କଲେ ହତ୍ୟା ଧମକ ଦେଉଛନ୍ତି। ଏଥିରେ ରାଜସ୍ୱ ବିଭାଗ ଅଧିକାରୀ ସାମିଲ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପରିବାର ଲୋକଙ୍କ କହିବା କଥା, ଏହି ଜମି ରୋଜଗାରର ଏକ ମାତ୍ର ମାଧ୍ୟମ। ଏହି ଜମି ଚାଲିଗଲେ ପରିବାରର ସମସ୍ତ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ। ଏହାସହ ସମ୍ପୃକ୍ତ ବ୍ୟକ୍ତଙ୍କ ଠାରୁ ସୁରକ୍ଷା ମଧ୍ୟ ଦାବି କରିଛନ୍ତି। ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିବା ଏହି ଚିଠିକୁ ଜିଲ୍ଲାପାଳ ଏବଂ ଏସପିଙ୍କ କାର୍ୟ୍ୟାଳୟରେ ମଧ୍ୟ ଦିଆଯାଇଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।