ରୁଷ ଓ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏଲୋନ ମସ୍କଙ୍କୁ ମିଳିଲା ବଡ଼ ଝଟକା; ୨୦୦ ବିଲିୟନ ଡଲାରୁ କମିଲା ସମ୍ପତ୍ତି

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ରୁଷ ଓ ୟୁକ୍ରେନର ଯୁଦ୍ଧ ହେବା ଫଳରେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲୋନ ମସ୍କଙ୍କ ସମ୍ପତ୍ତି କମିଯାଇଛି । ମସ୍କଙ୍କ ମୋଟ ମୂଲ୍ୟ ୩୦୦ ବିଲିୟନ ଡଲାର ଅତିକ୍ରମ କରିଥିଲା । ହେଲେ ବୁଧବାର ଷ୍ଟକ ଏକ୍ସଚେଞ୍ଜ ଡାଉନ ପରେ ମସ୍କ ୧୩.୩ ବିଲିୟନ ଡ଼ଲାରର କ୍ଷତି ସହିଛନ୍ତି । ତାଙ୍କର ନେଟ୍ ମୂଲ୍ୟ ୧୯୮.୬ ବିଲିୟନ ଡ଼ଲାରକୁ ଖସି ଆସିଛି । ସେପଟେ ୟୁକ୍ରେନ ସମ୍ବନ୍ଧରେ ପୂର୍ବ ୟୁରୋପରେ ଚାଲିଥିବା ସଙ୍କଟର ପ୍ରଭାବ ବର୍ତ୍ତମାନ ପ୍ରତ୍ୟେକ କୋଣ ଅନୁକୋଣରେ ଅନୁଭୂତ ହେଉଛି ।

ଏପରିକି ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲୋନ୍ ମସ୍କ ମଧ୍ୟ ଏଥିରୁ ବାଦ୍ ପଡିନାହାଁନ୍ତି । ଏହି ସଙ୍କଟ ଯୋଗୁଁ ସମଗ୍ର ବିଶ୍ୱରେ ଷ୍ଟକ୍ ମାର୍କେଟରେ ଏକ ବଡ଼ ହ୍ରାସ ଘଟିଛି । ଅନ୍ୟପଟେ ଦୀର୍ଘ ସମୟ ପରେ ଏହା ଘଟିଲା ଯେ କୌଣସି ବିଲିୟନେୟାରର ନେଟ୍ ମୂଲ୍ୟ ୨୦୦ ବିଲିୟନ ଡଲାରରୁ ଅଧିକ ନୁହେଁ । ଯଦିଓ ତଥାପି ଟେସଲାର ସିଇଓ ହେଉଛନ୍ତି ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି । ଟେସଲାଙ୍କ ସେୟାରରେ ଲଗାତାର କ୍ରମାଗତ ଚତୁର୍ଥ ଥର ପାଇଁ ଡାଉନ ପଡିଛି ।

Related Posts