
ସତ୍ୟପାଠ ବ୍ୟୁରୋ : ଆନ୍ଦୋଳନ ପାଇଁ ଚାଲିଗଲା ଜୀବନ । ଜନ୍ମ ହେଉ ହେଉ ଦୁନିଆ ଦେଖିବା ଆଗରୁ ଆଖି ବୁଜିଦେଲା କଅଁଳା ଛୁଆ । କଲିକତାରେ ଡାକ୍ତରଙ୍କ ଆନ୍ଦୋଳନ ଚାଲିଥିବା ଭିତରେ ଏଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ।
ଡାକ୍ତରଙ୍କ ଆନ୍ଦୋଳନ ଭିତରେ ବାଜି ଲାଗିଛି ରୋଗୀର ଜୀବନ । ନା ଚିକିତ୍ସା ମିଳୁଛି ନା ଜୀବନ ବଂଚୁଛି । ଚିକିତ୍ସା ଅଭାବରୁ ଜଣେ ନବଜାତକର ମୃତ୍ୟୁ ହେବା ପରେ ବାପର ବୁକୁଫଟା ଚିକ୍ରାର ସମୟର ଏ ଫଟୋ ଆପଣଙ୍କ ଛାତିକୁ ବି ଚହଲାଇ ଦେଉଥିବ । ବଙ୍ଗଳା ଖବରକାଗଜ ‘ଆନନ୍ଦବଜାର’ର ଫଟୋ ସାମ୍ବାଦିକା ଦମୟନ୍ତୀ ଦତ୍ତ ନିଜ ଟୁଇଟର ଆକାଉଣ୍ଟରେ ଏହି ଫଟୋ ସେୟାର କରିବା ପରେ ସାରା ଦେଶକୁ ଏହା ହତବାକ କରିଛି ।
ନବଜାତକୁ ଦେଖିବା ପାଇଁ ଡାକ୍ତର ମନା କରିଦେଇଥିଲେ । ଫଳରେ ଗୁରୁତର ଶିଶୁଟି ଚିକିତ୍ସା ଅଭାବରୁ ଆଖି ବୁଜିଥିଲା । ମାନବିକତାର ସବୁ ସୀମାକୁ ଡେଇଁ ଡାକ୍ତରଙ୍କ ଏଭଳି କାର୍ଯ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଦୁନିଆ ଦେଖିବା ଆଗରୁ ଆଖି ବୁଜି ଦେଇଥିବା ଶିଶୁଟିର କଣ ଭୁଲ ବୋଲି ସୋସିଆଲ ମିଡିଆ ବ୍ୟବହାର କାରୀମାନେ ପ୍ରଶ୍ନ କରିଛନ୍ତି ।
Between #Savethedoctors and #SaveBengal, here is a father who lost his newborn because doctors wouldn’t treat the baby. Today's @MyAnandaBazar pix. pic.twitter.com/xyGsZi92GS
— Damayanti Datta (@DattaDamayanti) June 14, 2019
କଲିକତାର ମାତ୍ର ଗୋଟିଏ କିମ୍ବା ଦୁଇଟି ଡାକ୍ତରଖାନାରେ ଜରୁରୀକାଳୀନ ସେବା ମିଳୁଛି । ଏପରିକି ଏମ୍ସରେ ମଧ୍ୟ ଓପିଡିକୁ ଆସୁ ନାହାଁନ୍ତି ଡାକ୍ତର । ମହାରାଷ୍ଟ୍ରରେ ୪୫୦୦ ଡାକ୍ତର ଆନ୍ଦୋଳନରେ ଯୋଗ ଦେଇଛନ୍ତି । ଭୁବନେଶ୍ୱର ଏମ୍ସରେ ୫ଶହରୁ ଅଧିକ ଡାକ୍ତର ଏଥିରେ ସାମିଲ ହୋଇଛନ୍ତି । ଜଣ ଜଣ ହୋଇ ଶହ ଶହ ସଂଖ୍ୟାରେ ଡାକ୍ତର ଇସ୍ତଫା ଦେଇ ସରକାରକୁ ହଲାଇ ସାରିଲେଣି । ତଥାପି ସରକାର ଚୁପ ବସିବାକୁ ସହଜରେ କେହି ବି ଗ୍ରହଣ କରି ପାରୁ ନାହାଁନ୍ତି ।
ଜିଦ୍ ପାଇଁ ଚାଲିଗଲା ଜୀବନ । ନିଜ ନିଜ ଜିଦ୍ରେ ଅଟଳ ଉଭୟ ବଙ୍ଗଳା ସରକାର ଓ ଡାକ୍ତର । ଚାରିଦିନ ବିତିଗଲା ପଛେ ଆନ୍ଦୋଳନରୁ ପଛକୁ ହଟି ନାହାଁନ୍ତି ଆନ୍ଦୋଳନରତ ଡାକ୍ତର । ଡାକ୍ତରଖାନାରେ ସୁରକ୍ଷା ଦାବୀ କରି ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଚନ୍ତି । ସେପଟେ ଏହାକୁ ସମର୍ଥନ କରି ସାରା ଦେଶରେ ଡାକ୍ତରମାନେ ରୋଗୀ ଦେଖା ଛାଡି ଦେଇଛନ୍ତି । ସରକାରଙ୍କ ଉପରେ ସବୁ ପ୍ରକାର ଚାପ ପକାଇବାକୁ ଚେଷ୍ଟା ଚଳାଇଛନ୍ତି ଡାକ୍ତରମାନେ । ଯେଉଁଥିପାଇଁ ଏଭଳି ଘଟଣା ଘଟିବା ସମ୍ଭବ ହୋଇଛି ।