ଲାଞ୍ଚ ନେବିନି କି ଦେବିନି: ଶପଥ ନେଲେ ସଚିବଙ୍କଠାରୁ ଆରମ୍ଭ କରି କର୍ମଚାରୀ

ଏଣିକି କୌଣସି ଅଧିକାରୀ ଦୁର୍ନୀତିରେ ସମ୍ପୃକ୍ତ ହେବେ ନାହିଁ । ଦୁର୍ନୀତି କରିବେ ନାହିଁ ବୋଲି ଶପଥ ପାଠ କଲେ ସଚିବାଳୟର ସବୁ ବିଭାଗର ସଚିବ। ଏଥି ସହ ବିଭାଗୀୟ କର୍ମଚାରୀଙ୍କୁ ମଧ୍ୟ କରାଇଛନ୍ତି ଶପଥ ପାଠ । ଆଜିଠାରୁ ଭିଜିଲାନ୍ସ ସପ୍ତାହ ପାଳନ ହେଉଛି ।ଏହି ଅବସରରେ ଦୁର୍ନୀତିମୁକ୍ତ ଓ ସ୍ବଚ୍ଛ ଶାସନ ପାଇଁ ସଚିବଙ୍କ ସମେତ ଅଧିକାରୀ ଓ କର୍ମଚାରୀଙ୍କ ଶପଥ ପାଠ କରିଛନ୍ତି ।

ରାଜ୍ୟରେ ଦୁର୍ନୀତିକୁ ହଟାଇବାକୁ ଏବଂ କାର୍ଯ୍ୟରେ ସ୍ୱଚ୍ଛତା ଓ ସମାନୁବର୍ତ୍ତିତା ରକ୍ଷା କରିବାକୁ ରାଜ୍ୟ ସରକାର ପାଞ୍ଚଟି ଟି ଉପରେ ଗୁରୁତ୍ୱ ଦେଉଛନ୍ତି । ସରକାରଙ୍କ ସମସ୍ତ ବିଭାଗର ସବୁ କର୍ମଚାରୀ ଏହି ନିୟମକୁ ପାଳନ କରିବାକୁ କଡ଼ା ନିର୍ଦ୍ଦେଶ ମଧ୍ୟ ରହିଛି । ତେବେ ଓଡ଼ିଶା ଲୋକସେବା ଭବନରେ ପଞ୍ଚାୟତରାଜ ଓ ଗଣଶିକ୍ଷା ବିଭାଗ ପକ୍ଷରୁ  ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ହୋଇଯାଇଛି । ଏହି ଅବସରରେ ଦୁଇଟି ବିଭାଗର ସମସ୍ତ କର୍ମଚାରୀମାନେ ଲାଞ୍ଚ ନ ନେବାକୁ ଶପଥ ନେଇଛନ୍ତି । ଏଥିରେ ଦୁଇ ବିଭାଗର ପ୍ରମୁଖ ସଚିବ ମଧ୍ୟ ସାମିଲ ହୋଇଛନ୍ତି । କାହାଠାରୁ ଲାଞ୍ଚ ନେବେ ନାହିଁ କିମ୍ବା କାହାଁକୁ ଲାଞ୍ଚ ଦେବେ ନାହିଁ ବୋଲି ଶପଥ ଗ୍ରହଣ କରିଛନ୍ତି । ଏହା ସହିତ ସାଧାରଣ ଲୋକଙ୍କ ପାଇଁ କାମ କରିବା ଓ କାର୍ଯ୍ୟରେ ସ୍ୱଚ୍ଛତା ରକ୍ଷା କରିବାକୁ ମଧ୍ୟ ପ୍ରତିଜ୍ଞା କରିଛନ୍ତି ।

ଏହି ଶପଥନାମାରେ ବହୁ ଦିଗ ପ୍ରତି ଧ୍ୟାନ ଦିଆଯାଇଛି । ଜୀବନରେ ପଥରେ ଆଇନର ସମସ୍ତ ନୀତି ଓ ନିୟମକୁ ମାନିବି, କାହାଠାରୁ ଲାଞ୍ଚ ନେବି ନାହିଁ କି ଦେବି ନାହିଁ, ଲୋକଙ୍କ ପାଇଁ କାମ କରିବି ଓ ସ୍ୱଚ୍ଛତା ରକ୍ଷା କରିବା, ନିଜର ବ୍ୟବହାରରେ ସାଧୁତା ରକ୍ଷା କରିବି, କୌଣସି ଦୁର୍ନୀତି ବିଷୟରେ ଅବଗତ ହେଲେ ତୁରନ୍ତ ଉପଯୁକ୍ତ ସଂସ୍ଥାକୁ ଖବର କରିବେ ବୋଲି ଶପଥ ନେଇଛନ୍ତି କର୍ମଚାରୀମାନେ ।

Related Posts