ସଂସଦର ବଜେଟ ଅଧିବେଶନ ଆରମ୍ଭ, ବିରେନ୍ଦ୍ର କୁମାର କାମଚଳା ବାଚସ୍ପତି

ସତ୍ୟପାଠ ବ୍ୟୁରୋ : ୧୭ତମ ଲୋକସଭା ପାଇଁ କାମଚଳା ବାଚସ୍ପତି ଭାବେ ଶପଥ ନେଇଛନ୍ତି ଡା. ବିରେନ୍ଦ୍ର କୁମାର । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

ଏହାସହ ଆଜିଠୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଛି । ସାଂସଦମାନେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଂସଦ ଭାବେ ଶପଥ ନେଇଥିଲେ । ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ପ୍ରଥମ ଥର ପାଇଁ ଲୋକସଭା ସାଂସଦ ଭାବେ ଶପଥ ନେଇଛନ୍ତି । ତେବେ ପ୍ରଥମ ସାଂସଦ ଭାବେ ବିଜେଡିର ଭର୍ତ୍ତୁହରି ମହତାବ ଓଡିଆରେ ଶପଥ ନେଇଥିଲେ ।

Related Posts