ପୁଲିସ ଗୁଳିରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଜଖମ

ସତ୍ୟପାଠ  ବ୍ୟୁରୋ : ରାଜଧାନୀରେ ପୁଣି ଏନକାଉଣ୍ଟର ହୋଇଛି । ବଡଗଡ ଥାନା ଚିଲି ପୋଖରୀ ନିକଟରେ ପୁଲିସ ଗୁଳିରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଜଖମ ହୋଇଛନ୍ତି । ପୁଲିସ ଗୁଳିରେ ଆହତ ହୋଇଥିବା ଦୁଇ ଅପରାଧୀ ହେଲେ ସିପୁନ କୁମାର କବି ଓ ହରେକୃଷ୍ଣ ସ୍ୱାଇଁ । ଗତକାଲି ବିଳମ୍ବିତ ରାତିରେ ଏହି ଏନକାଉଣ୍ଟର ହୋଇଥିବା ସୂଚନା ମିଳିଛି ।

ଦୁଇ ଅପରାଧୀଙ୍କର ଗୋଡରେ ବାଜିଛି ଗୁଳି । ତେବେ ସ୍ୱାସ୍ଥାବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଏସସିବି ପଠାଯାଇଛି । ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ଅଫୁଟା ଗୁଳି, ଖେଳନା ବନ୍ଧୁକ, ଗୋଟିଏ ବାଇକ, ନଗଦ ୫୦ହଜାର ଟଙ୍କା ଜବତ କରାଯାଇଛି । ଏମାନେ ମହିମା ପୋଟର୍ସ ଠାରୁ ଲୁଟ କରିଥିବା ଜଣାପଡିଛି ।

ଏମାନେ ବାପୁଜୀ ହାଇଟ ଆପାର୍ଟମେଂଟରେ ଲୁଚିଥିବା ପୁଲିସ ସୂଚନା ପାଇଥିଲା । ଧଉଳି ଥାନା ଆଇଆଇସି ସେଠାରେ ପହଂଚିବା ବେଳେକୁ ଅପରାଧୀମାନେ ସେହି ଜାଗା ଛାଡି ଟଙ୍କପାଣି ରୋଡ ଆଡେ ପଳାଉଥିଲେ । ପୁଲିସ ପିଛା କରୁଥିବା ବେଳେ ଅପରାଧୀମାନେ ପୁଲିସ ଉପରକୁ ଗୁଳି ଚାଳନା କରିଥିଲେ । ଜବାବରେ ପୁଲିସ ବି ପାଲଟା ଗୁଳି ଚଳାଇଥିଲା । ପୁଲିସ ୪ ରାଉଣ୍ଡ ଗୁଳି ଫାୟାରଂ କରିଥିବା ଜଣାପଡିଛି ।

Related Posts