ଗଣଦୁଷ୍କର୍ମ ଅଭିଯୋଗରେ ଗିରଫ ନାବାଳକକୁ ୨୦ବର୍ଷ ଜେଲ

ସତ୍ୟପାଠ ବ୍ୟୁରୋ : ଗଣଦୁଷ୍କର୍ମ ମାମଲାରେ ଗିରଫ ନାବାଳକକୁ ୨୦ବର୍ଷ ଜେଲ । ଅନୁଗୁଳ ଅତିରିକ୍ତ ଦୌରାଜଜ୍ ତଥା ବାଳ ଅପରାଧ କୋର୍ଟ ଏହି ଦଣ୍ଡ ଶୁଣାଣୀ କରିଛନ୍ତି । ଏହାସହ ୫ହଜାର ଟଙ୍କା ଜରିମାନା ବି ଲଗାଇଛନ୍ତି କୋର୍ଟ । ଜରିମାନା ନଦେଇ ପାରିଲେ ଆଉ ୧ବର୍ଷ ଜେଲ ଦଣ୍ଡ ପାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଅନୁଗୁଳ ସହର ଉପକଣ୍ଠରେ ଜଣେ କଲେଜ ଛାତ୍ରୀଙ୍କୁ ୬ଜଣ ଅଭିଯୁକ୍ତ ଗଣଦୁଷ୍କର୍ମ କରିବା ସହ ଦୁଷ୍କର୍ମ ସମୟର ଭିଡିଓ ରେକଡିଂ କରି ଭାଇରାଲ କରିଦେବାକୁ ଧମକ ଦେଇଥିଲେ । ୨୦୧୭ରେ ଘଟିଥିଲା ଏହି ଲୋମଟାଙ୍କୁରା ଘଟଣା । ପୁଲିସ ଏହି ଘଟଣାରେ ୫ଜଣଙ୍କୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୪ଜଣ ସାବାଳକ ଥିବା ବେଳେ ଜଣେ ନାବାଳକ ଥିଲେ ।

୨୦୧୮ରେ ଜିଲ୍ଲା ଦୌରାଜଜ୍ ଶୁଣାଣୀ କରି ୪ଜଣଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଥିଲେ । କିନ୍ତୁ ନାବାଳକର ମାମଲା ଯାଇଥିଲା ବାଳ ଅପରାଧ କୋର୍ଟକୁ । ତେବେ ୧୨ଜଣ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଅତିରିକ୍ତ ଦୌରାଜଜ୍ ଦଫା ୩୭୬ (ଡି) ରେ ୨୦ବର୍ଷ ଜେଲ ଓ ୫ହଜାର ଟଙ୍କା ଜୋରିମାନା କରିଛନ୍ତି ।

Related Posts