କେନ୍ଦ୍ରାପଡାରେ ଏନକାଉଣ୍ଟର : ବାବୁ ଜଖମ

ସତ୍ୟପାଠ ବ୍ରୁରୋ : କେନ୍ଦ୍ରାପଡା ରାଜନଗରରେ ଏନକାଉଣ୍ଟର ହୋଇଛି । ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧି ସଂଜୟ ବିଶ୍ୱାଳ ଓରଫ ବାବୁ ଜଖମ ହୋଇଛି । କୁରୁଂଟି ଛକ ନିକଟରେ ହୋଇଥିବା ଏହି ଏନକାଉଣ୍ଟରରେ ବାବୁର ବାମ ଗୋଡରେ ଗୁଳି ବାଜିଛି । ପଟ୍ଟାମୁଣ୍ଡାଇ ପୁଲିସ ଏହି ଏନକାଉଣ୍ଟର କରିଥିବା ବେଳେ ଗୁରୁତର ବାବୁକୁ ରାଜନଗର ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଛି ।

ବାବୁ ନାଁରେ ବିଭିନ୍ନ ଥାନାରେ ୧୦ରୁ ଅଧିକ ଅପରାଧ ଓ ରାହାଜାନୀ ମାମଲା ସହ କଣ୍ଡିରା ଗୁଳିକାଣ୍ଡରେ ମଧ୍ୟ ସେ ସଂପୃକ୍ତ ରହିଥିବା ବେଳେ ତାକୁ ଧରିବା ପାଇଁ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା ପୁଲିସ । ଆଜି ଭୋର ପ୍ରାୟ ସାଢ଼େ ଚାରିଟା ବେଳେ ବାବୁ ଏକ ବାଇକରେ ରାଜନଗର-ଗୁପ୍ତି ରାସ୍ତାରେ ଆସୁଥିବା ବେଳେ ସ୍ପେଷାଲ ସ୍କ୍ୱାର୍ଡ ଓ ରାଜନଗର ପୁଲିସ ତାକୁ କୁରୁଣ୍ଟି ଛକ ନିକଟରେ ଅଟକାଇଥିଲା । ପୁଲିସକୁ ଦେଖି ବାବୁ ଅଚାନକ ଗୁଳି ଚାଳନା କରିଥିବା ବେଳେ ପୁଲିସ ପାଲଟା ଗୁଳି ଚଳାଇଥିଲା । ଦୁଇଟି ଗୁଳି ବାବୁର ବାମ ଗୋଡରେ ବାଜିଛି ।

Related Posts