ଦକ୍ଷିଣ କାଶ୍ମୀରର କୁଲଗାମରେ ଏନକାଉଣ୍ଟର; ଜଣେ ପାକିସ୍ତାନୀ ଆତଙ୍କବାଦୀ ନିହତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାର ଚେୟାନ ଦେବସର ଅଞ୍ଚଳରେ ମାଓବାଦୀ ଏବଂ ସୁରକ୍ଷା ବାହିନୀ ମୁହାଁମୁହିଁ ହୋଇଛନ୍ତି । ଏହି ଏନକାଉଣ୍ଟରରେ ଜଣେ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଛନ୍ତି । ଏନେଇ ଜାମ୍ମୁକାଶ୍ମୀର ପୁଲିସ ସୂଚନା ଦେଇଛନ୍ତି । ସେପଟେ ପୂର୍ବରୁ ଆତଙ୍କବାନୀମାନେ ଜଣେ ପୁଲିସ କର୍ମଚାରୀଙ୍କୁ ଆକ୍ରମଣ କରି ହତ୍ୟା କରିଥିଲେ । ଏହି ଆକ୍ରମଣରେ ଗୁରୁତର ଆହତ ହୋଇଥିବା ପୁଲିସ କର୍ମଚାରୀଙ୍କର ଚିକିତ୍ସା ସମୟରେ ବିଳମ୍ବିତ ରାତିରେ ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା ।

ସେ ପୁଲିସ କଣ୍ଟ୍ରୋଲ ରୁମ ହେଲ୍ପଲାଇନ ୧୧୨ରେ ଡ୍ରାଇଭର ଭାବରେ କାର୍ଯ୍ୟ କରୁଥିଲେ । ଏହି ଘଟଣା ପରେ ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଆରମ୍ଭ କରାଯାଇଥିଲା । ହେଲେ ଆତଙ୍କବାଦୀଙ୍କୁୁ ମିଳିନଥିଲା । ସଫାକଦଲ ଅଞ୍ଚଳର ଆଇୱା ବ୍ରିଜ ନିକଟରେ ଆତଙ୍କବାଦୀମାନେ ବାଇକରେ ଯାଉଥିବା କନଷ୍ଟେବଳ ଗୁଲାମ ହାସନଙ୍କୁ ଗୁଳି କରିଥିଲେ । ଗୁଳି ଚଳାଇବା ମାତ୍ରେ ସେ ବାଇକରୁ ଖସିପଡ଼ିଥିଲେ । ଏହା ପରେ ଆତଙ୍କବାଦିମାନେ ଘଟଣାସ୍ଥଳରୁ ପଳାୟନ କରିଥିଲେ ।

Related Posts