ପ୍ରକାଶଙ୍କ ଇସାରା: ଚାପରେ ନରହୁ ପୋଲିସ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଧୀରେ ଧୀରେ ରହସ୍ୟମୟ ହେବାରେ ଲାଗିଛି ପରବିନ୍ଦର ସିଂହ ପାଲଙ୍କୁ ଆକ୍ରମଣ ଘଟଣା ।  ପୋଲିସ ସାମ୍ନାରେ ପରବିନ୍ଦରଙ୍କୁ ଆକ୍ରମଣ ଘଟଣାରେ ଉଦ୍‌ବେଗ ପ୍ରକାଶ କରିଛନ୍ତି ପୂର୍ବତନ ଡିଜି ପ୍ରକାଶ । ଏନେଇ ସେ ଟୁଇଟ୍‌ କରି ଲେଖିଛନ୍ତି ଯେ, ପୋଲିସ ଚାପରେ ନ ଆସି ଘଟଣାର ନିରପେକ୍ଷ ତଦନ୍ତ କରୁ ।

ତେବେ ପରବିନ୍ଦରଙ୍କୁ ପୋଲିସ ସାମ୍ନାରେ କାହିଁକି ମରଣାନ୍ତକ ଆକ୍ରମଣ ହେଲା ତାହା ଏବେ ରହସ୍ୟ ଘେରରେ । ତାଆ ଠାରୁ ଆହୁରି ରହସ୍ୟମୟ ହୋଇଛି ପୋଲିସର କାର୍ଯ୍ୟକଳାପ । ଯାହାକୁ ନେଇ କେବଳ ଶିଖ୍ ସମ୍ପ୍ରଦାୟ ନୁହେଁ ଏବେ ରାଜଧାନୀର ସବୁ ବର୍ଗର ଲେକେ କମିସନରେଟ ପୋଲିସର କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଇଲେଣି । ପୋଲିସ କାହିଁକି ଚୁପ୍‌ ଥିଲା ? ଆକ୍ରମଣ ନେଇ ଅଭିଯୋଗ ହେବା ପରେ ପୋଲିସ କାହା ଚାପରେ କୋହଳ ଦଫା ଲଗାଇଲା ? ଅଭିଯୁକ୍ତଙ୍କ ମାନେ ଗିରଫ ହେବାର 2 ଘଣ୍ଟା ପରେ ଜାମିନ ପାଇଗଲେ କିଭଳି ।

ଠିକ୍‌ ଏତିକି ବେଳେ ପୂର୍ବତନ ଡିଜିପି ପ୍ରକାଶ ମିଶ୍ରଙ୍କ ଏଭଳି ଟ୍ବିଟ୍‌ ଅନେଶ ପ୍ରଶ୍ନ ଛିଡ଼ା କରିଛି । ପୋଲିସକୁ ଉପଦେଶ ବାହାନାରେ ପ୍ରକାଶ କ’ଣ କହିବାକୁ ଚାହୁଁଛନ୍ତି ? ପୋଲିସ କହା ଚାପରେ ରହିଛି ? କେଉଁ ପ୍ରକାର ଚାପ କଥା କହିଛନ୍ତି ପ୍ରକାଶ ମିଶ୍ର ? ପୋଲିସ ଉପରେ ଚାପ ପାକଉଥିବା ବ୍ୟକ୍ତି କିଏ ? ସରକାରୀ ଦପ୍ତରରେ ସେ ନିହାତି କ୍ଷମତାଶାଳୀ ବ୍ୟକ୍ତି ହୋଇଥିବେ, ଯାହାଙ୍କ ଚାପ ପୋଲିସ ଉପରେ ପଡ଼ୁଥିବା ସନ୍ଦେହ ପ୍ରକାଶ କରିଛନ୍ତି ପୂର୍ବତନ ଡିଜିପି ।

ଘଟଣା ଦିନ ବିଳମ୍ବିତ ରାତିରେ ପରବିନ୍ଦରଙ୍କ ଘରକୁ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ଡିଏସ୍‌ପି ଅନୁପ କାନୁନଗୋ ଯାଇ କବାଟ ପିଟିବା ଘଟଣାକୁ ଆହୁରୀ ରହସ୍ୟମୟ କରିଛି । ଯଦିଓ ତା ପରଦିନ ସକାଳେ ପୁଣି ପରବିନ୍ଦରଙ୍କ ଘରକୁ ଯାଇ ଉଭୟ ସାନ୍ତ୍ବତା ଦେଇଥିଲେ କିନ୍ତୁ ଅନୁପ କାନୁନଗୋ କମିସନରେଟ ପୋଲିସରେ ନଥାଇ କାହିଁକି ତାଙ୍କ ଘରକୁ ଦୁଇ ଦୁଇ ଥର ଯାଇଥିଲେ ତାକୁନେଇ ଏବେ ଅନେକ ପ୍ରଶ୍ନ ଛିଡ଼ା ହୋଇଛି । ଏହି ଘଟଣା ସହ ଅନୁପଙ୍କ କି ସମ୍ପର୍କ ରହିଛି ? ଅନନ୍ତ ଏବଂ ଅନୁପଙ୍କ ଅନ୍ଧାରି ବିଜେର ରହସ୍ୟ କ’ଣ ? ତେବେ ଘଟଣା ଯାହାବି ହେଉ ଏହା ପଛରେ ଥିବା ରହସ୍ୟ ପଦକୁ ଆସିବା ଦରକାର ଆଉ ଦୋଷୀ ଦଣ୍ଡ ପାଇବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ।

ସେପଟେ ପରବିନ୍ଦର ପାଲ ସିଂହଙ୍କୁ ଆକ୍ରମଣ ଘଟଣା ପ୍ରତିବାଦରେ ତେଜୁଛି ସ୍ୱର । ଅଭିଯୁକ୍ତଙ୍କ ବିରୋଧରେ କୋହଳ ଦଫାକୁ ବିରୋଧ କରି  ଭୁବନେଶ୍ୱରରେ ବସବାସ କରୁଥିବା ଶିଖ୍ ସଂପ୍ରଦାୟର ଲୋକେ କ୍ୟାଣ୍ଡେଲ୍ ରାଲି କରିଛନ୍ତି । ଗୁରୁଦ୍ୱାରରୁ ଶିଖ୍ ସମ୍ପ୍ରଦାୟ ପକ୍ଷରୁ ମଧ୍ୟ କ୍ୟାଣ୍ଡେଲ ରାଲି କରାଯାଇଛି। ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ କୋହଳ ଦଫା ନଲଗାଇ ୩୦୭ ଦଫା ଲଗାଯାଉ ବୋଲି ଦାବି ହୋଇଛି । ଅନ୍ୟପଟେ ଏହି ମାମଲାରେ କମିସନରେଟ୍ ପୋଲିସ ବିଜେଡିର ପୂର୍ବତନ କର୍ପୋରେଟରଙ୍କ ପୁତୁରା ଦୀପକ ଜେନାଙ୍କ ସହ ୨ ସହଯୋଗୀ ଶଙ୍କର ରାଉତ ଓ ଦୀପକ ମହାନ୍ତି ନାଁରେ ଚାର୍ଜସିଟ ଦାଖଲ କରିଛି । ସିସିଟିଭି ଫୁଟେଜ, ମେଡିକାଲ ରିପୋର୍ଟ ଓ ସାକ୍ଷୀଙ୍କ ବୟାନ ଆଧାରରେ ଚାର୍ଜସିଟ ହୋଇଥିବା ଜଣାପଡ଼ିଛି ।

Related Posts