ହକି ବିଶ୍ୱକପ୍ ମ୍ୟାଚ୍ ପରିଚାଳନାରେ ତ୍ରୁଟି; ୧୨ ଖେଳାଳିଙ୍କୁ ନେଇ ଖେଳିଥିଲା ଜାପାନ

ଭୁବନେଶ୍ୱର, ୧୮/୧(ସତ୍ୟପାଠ ବ୍ୟୁରୋ): ଓଡିଶାରେ ଚାଲିଥିବା ହକି ବିଶ୍ୱକପରେ ମଙ୍ଗଳବାର ପୁଲ୍-ବି ର ଦକ୍ଷିଣ କୋରିଆ ଦମଦାର ପ୍ରଦର୍ଶନ କରି ଜାପାନକୁ ୨-୧ ଗୋଲରେ ପରାସ୍ତ କରିଛି । ତେବେ ଏହି ମ୍ୟାଚର ଏକ ପରିଚାଳନା ତ୍ରୁଟି ନେଇ ବିବାଦ ଉପୁଜିଛି । ସୂଚନା ମୁତାବକ ମ୍ୟାଚରେ ଏକ ସମୟରେ ଜାପାନର ୧୨ଜଣ ଖେଳାଳି ପଡିଆରେ ରହିଥିଲେ । ତେବେ ଖେଳର ନିୟମ ମୁତାବକ ପଡିଆରେ କୌଣସି ମୋତେ ଗୋଟିଏ ଟିମରୁ ୧୧ରୁ ଅଧିକ ଖେଳାଳି ଉପସ୍ଥିତ ରହିପାରିବେ ନାହିଁ ।ଯାହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା । ଏହା କିପରି ସମ୍ଭବ ହେଲା ନେଇ ତଦନ୍ତ ଆରମ୍ଭ ହୋଇଛି । ଏଫଆଇଏଚ ମଧ୍ୟ ଏହାର ତଦନ୍ତ ନିର୍ଦ୍ଦେଶ ନେଇଛି ।

ଅବଶ୍ୟ ଭୁଲ ଜାଣିବା ପରେ ଜାପାନ ଏ ନେଇ କ୍ଷମା ପ୍ରାର୍ଥନା କରିଛି । ମ୍ୟାଚରେ ଗୋଲକିପର ପରିବର୍ତନ ବେଳେ ଏହି ତ୍ରୁଟି ଦେଖା ଦେଇଥିଲା । ସାମାନ୍ୟ ତ୍ରୁଟି ମ୍ୟାଚର ଫଳାଫଳକୁ ପ୍ରଭାବିତ କରିପାରିଥାନ୍ତା । ଭାଗ୍ୟ ଭଲ ଦକ୍ଷିଣ କୋରିଆ ଏହି ମ୍ୟାଚଜୁ ଜିତି ନେଇଛି । ମ୍ୟାଚ ରେଫରୀଙ୍କୁ ମଧ୍ୟ ଏ ନେଇ ପଚରା ଉଚରା କରାଯାଇଛି ।

Related Posts