କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀଙ୍କୁ କାଉନସିଲିଂ କରାଯିବ: ଡିସିପି

ଭୁବନେଶ୍ୱର, ୧୮/୧(ସତ୍ୟପାଠ ବ୍ୟୁରୋ): ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ପତ୍ନୀ ଶ୍ରେୟା ମିଶ୍ର । ହ୍ୟୁମାନ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ନେଇ ଗତକାଲି ଡିସିପି ପିନାକ ମିଶ୍ରଙ୍କୁ ଭେଟି ଅଭିଯୋଗ କରିଥିଲେ ହ୍ୟୁମାନ ସାଗରଙ୍କ ପତ୍ନୀ। ଏନେଇ ଆଜି ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପତ୍ନୀ ଶ୍ରେୟା।

ତେବେ ଘଟଣାର ତଦନ୍ତ କରାଯିବା ସହ ଆପୋଷ ବୁଝାମୁଣା ନେଇ ଉଭୟ ପକ୍ଷକୁ ଡାକା ଯାଇ କାଉନସିଲିଂ କରାଯିବ ବୋଲି ସୂଚନା ଦେଇଛନ୍ତି ଡିସିପି ପିନାକ ମିଶ୍ର। ଆସନ୍ତାକାଲି ଉଭୟଙ୍କୁ ଥାନାରେ ହାଜର ହେବାକୁ କୁହାଯାଇଛି।

ବଲାଙ୍ଗୀରର ଏହି କଣ୍ଠଶିଳ୍ପୀ ଏବେ କଟକ ସିଡିଏ ସେକ୍ଟର ୬ରେ ରହୁଛନ୍ତି। ଗତ କିଛିମାସ ହେବ ସେ ପତ୍ନୀଙ୍କୁ ଅବହେଳା କରିବା ସହିତ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଅଭିଯୋଗ ହୋଇଛି। ପାରିବାରିକ ଅଶାନ୍ତି ଯୋଗୁଁ ପତ୍ନୀ ଗଲା କିଛିମାସ ହେବ ବାଲେଶ୍ବରରେ ଥିବା ବାପଘରକୁ ଚାଲିଯାଇଥିଲେ। ଆଜି ଡିସିପି ପିନାକ ମିଶ୍ରଙ୍କ କାର୍ଯ୍ୟାଳୟରେ ପହଞ୍ଚି ଏନେଇ ଅଭିଯୋଗ କରିଛନ୍ତି। ଡିସିପି ଏହି ଘଟଣାର ତଦନ୍ତ ପାଇଁ ମହିଳା ଥାନାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଉଭୟଙ୍କୁ ଥାନାରେ ହାଜର ହେବାକୁ କୁହାଯାଇଥିବା ସୂଚନା ମିଳିଛି।

Related Posts