କୋଭିଡ଼ ଟୀକା ଦୁଇଟା ଡୋଜ୍ ନେବା ପରେବି ରନ୍ଧିର କପୁରଙ୍କୁ କରୋନା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବଲିଉଡ ତାରକା ରନ୍ଧିର କପୁର କରୋନା ପଜିଟିଭ୍ ଆସିବା ପରେ ମୁମ୍ବାଇର କୋକିଲାବେନ୍ ଅମ୍ବାନୀ ହସ୍ପିଟାଲରେ ଇଣ୍ଟେନ୍ସିଭ୍ କେୟାର ୟୁନିଟ ( ICU ) ରେ ଅଛନ୍ତି । ରନ୍ଧିର କପୁର କହିଛନ୍ତି ” ହସ୍ପିଟାଲ୍ ର କର୍ମଚାରି ବହୁତ ଭଲ ଯତ୍ନ ନେଉଛି ଏବଂ ମୁଁ ଟିନା ଅମ୍ବାନୀଙ୍କୁ ଧନ୍ୟବାଦ ଦେଉଛି । ସବୁ କିଛି ଠିକ ଅଛି। ଡାକ୍ତର ମେନେ ସବୁବେଳେ ପାଖରେ ରହୁଛନ୍ତି ” । ଟୀକାକରଣର ଉଭୟ ମାତ୍ରା ସତ୍ତ୍ୱେ ସେ ପଜିଟିଭ୍ ଆସିଥିଲେ ବୋଲି ରାନ୍ଧିର ଦାବି କରିଛନ୍ତି। ସେ ଜଣେ ସାମ୍ବାଦିକଙ୍କୁ କହିଛନ୍ତି ଯେ, ମୁଁ କିପରି କୋଭିଡ ଆକ୍ରାନ୍ତ ହେଲି ମୋ ପାଖରେ କୌଣସି ସୂଚନା ନାହିଁ। ମୁଁ ଆଶ୍ଚର୍ଯ୍ୟ ହୋଇଛି । ମୁଁ ଆପଣଙ୍କୁ ଏହା ମଧ୍ୟ କହିବି ଯେ ମୋର ପାଞ୍ଚଜଣ କର୍ମଚାରୀ ମଧ୍ୟ କରୋନା ପଜିଟିଭ ଆସିଛନ୍ତି , ଏବଂ ସେମାନଙ୍କୁ ମୋ ସହିତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି କହି ଛନ୍ତି । ତାଙ୍କ ପତ୍ନୀ ବବିତା ଏବଂ ଝିଅ କରିସ୍ମା ଏବଂ କରୀନା କପୁର କରୋନା ନେଗେଟିଭ ଆସିଛନ୍ତି । ହସ୍ପିଟାଲ ଜଣେ ଡାକ୍ତର ନିଶ୍ଚିତ କରିଛନ୍ତି ଯେ ରନ୍ଧିରଙ୍କ ଅବସ୍ଥାକୁ ନେଇ ଚିନ୍ତାର କାରଣ ନାହିଁ। ଗୁରୁବାର ରାତିରେ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ସେ ଠିକ ଅଛନ୍ତି। କୋକିଲାବେନ୍ ହସ୍ପିଟାଲର ଜଣେ ଡାକ୍ତର ସାନ୍ତୋଶ ଶେଟ୍ଟୀ ଗୁରୁବାର ଦିନ ପିଟିଆଇକୁ କହିଛନ୍ତି ଯେ ଚିନ୍ତାର କାରଣ ନାହିଁ। ତାଙ୍କୁ ଗତକାଲି ରାତିରେ କୋଭିଡ -19 ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଛି, ଚିନ୍ତା କରିବାର କିଛି ନାହିଁ ବୋଲି ସେ କହିଛନ୍ତି।

Related Posts