କେନ୍ଦ୍ର ସରକାରଙ୍କର ନୂଆ ନିୟମ, ଏଣିକି ରାତିରେ ମଧ୍ୟ ଉଡ଼ି ପାରିବ ଜାତୀୟ ପତାକା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଏଣିକି ଜାତୀୟ ପତାକା ଦିନରାତି ୨୪ ଘଣ୍ଟା ଉଡ଼ିପାରିବ। କେନ୍ଦ୍ର ସରକାର ଅଗଷ୍ଟ ୧୩ରୁ ୧୫ ପର୍ଯ୍ୟନ୍ତ ‘ହର୍‌ ଘର୍‌ ତିରଙ୍ଗା’ ଅଭିଯାନ ଆରମ୍ଭ କରୁଛନ୍ତି ଏହି ଅଭିଯାନ ଅଧୀନରେ ଦେଶର ସବୁ ଘରେ ଜାତୀୟ ପତାକା ଉଡ଼ାଇବା ପାଇଁ ଆହ୍ବାନ ଦେଇଛନ୍ତି। ଦେଶ ସ୍ବାଧୀନ ହେବାର ୭୫ ବର୍ଷ ଉପଲକ୍ଷେ “ଆଜାଦୀ କା ଅମୃତ ମ‌ହୋତ୍ସବ” ପାଳନ କରାଯାଉଛି।ଏହି ‘ହର୍‌ ଘର୍‌ ତିରଙ୍ଗା’ ଅଭିଯାନ ଏହାର ଅଂଶବିଶେଷ। ଏଥିସହିତ ଭାରତର ଜାତୀୟ ପତାକା କୋଡ ୨୦୦୨ରେ ମଧ୍ୟ ପରିବର୍ତ୍ତନ ଆଣିଛନ୍ତି କେନ୍ଦ୍ର ସରକାର।ଏହି ପରିବର୍ତ୍ତନ ଅନୁଯାୟୀ ଜନସାଧାରଣ ଏଣିକି ଦିନରାତି ଜାତୀୟ ପତାକା ଉଡ଼ାଇ ପାରିବେ। ଚଳିତମାସ ୨୦ ତାରିଖରେ ଜାତୀୟ ପତାକା କୋଡ ୨୦୦୨ର ପୁନଃ ସଂ‌ଶୋଧନ କରାଯାଇ ଏହି ନିୟମ କରାଯାଇଛି। ପୂର୍ବରୁ ସୂର୍ଯ୍ୟାସ୍ତ ପରେ ଆଉ ଜାତୀୟ ପତାକା ଉଡ଼ାଇବାକୁ ଅନୁମତି ନଥିଲା।

Related Posts