ବିଶ୍ଵ ଆଥଲେଟିକ୍‌ ଚାମ୍ପିୟନସିପ୍‌ରେ ଚମକିଲେ ନୀରଜ ଚୋପ୍ରା, ଦେଶ ପାଇଁ ଜିତିଲେ ରୌପ୍ୟ ପଦକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଶ୍ଵ ଆଥଲେଟିକ୍‌ ଚାମ୍ପିୟନସିପ୍‌ରେ ଚମକିଲେ ନୀରଜ ଚୋପ୍ରା । ଆମେରିକାରେ ଅନୁଷ୍ଠିତ ବିଶ୍ବ ଆଥଲେଟିକ୍‌ ଚାମ୍ପିୟନସିପ୍‌ରେ କମାଲ କରିଛନ୍ତି ଭାରତୀୟ ଜବେଲିନ ଫିଙ୍ଗାଳୀ । ଜାଭେଲିନ୍‌ ଥ୍ରୋ ଫାଇନାଲରେ ଐତିହାସିକ ରୌପ୍ୟ ପଦକ ଜିତିଛନ୍ତି ନୀରଜ ଚୋପ୍ରା । ୮୮.୧୩ ମିଟରର ଜବେଳିନ ଫିଙ୍ଗି ସେ ଦ୍ବିତୀୟ ସ୍ଥାନ ଅକ୍ତିଆର କରିବା ସହିତ ସିଲଭର ମେଡାଲ୍‌ ଜିତିବାକୁ ସକ୍ଷମ ହୋଇଛନ୍ତି ।ତାଙ୍କ ଉପରକୁ ଗ୍ରେନେଡାର ଆଣ୍ଡରସନ୍‌ ପିଟର୍ସ ୯୦.୫୪ ମିଟର ଜାବେଲିନ ଫିଙ୍ଗି ପ୍ରଥମ ସ୍ଥାନ ଅଧିକାର କରିବା ସହିତ ସ୍ବର୍ଣ୍ଣ ପଦକ ଜିତିବାକୁ ସକ୍ଷମ ହୋଇଛନ୍ତି ।

Related Posts