ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୂର୍ବତନ ଚୌଦ୍ଵାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଝଟ୍‌କା । ପ୍ରଭାତ ବିଶ୍ୱାଳଙ୍କ ସମ୍ପତ୍ତି ଆଟାଚ୍‌ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଅର୍ଥନୈତିକ ଠକେଇ କାରବାର୍‌ ନେଇ ଇଡି ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ମୋଟ ୩ କୋଟି ୯୨ ଲକ୍ଷ ୨୦ ହଜାର ଟଙ୍କାର ସମ୍ପତ୍ତି ଜବତ କରିଛି ଇଡି । ଏହି ସମ୍ପତ୍ତି ମଧ୍ୟରେ ପ୍ରଭାତ ବିଶ୍ୱାଳ ଓ ମିଡିଆଗୁରୁ କନ୍ସଲଟାନ୍ସିର ସମ୍ପତ୍ତି ରହିଛି ।କଟକ ଏସ୍‌ବିଆଇରେ ଥିବା ପ୍ରଭାତ ବିଶ୍ୱାଳଙ୍କ ୨୫ ଲକ୍ଷ ଟଙ୍କା ରହିଛି । ସେହିପରି ମିଡିଆଗୁରୁର ନୋଏଡାରେ ଥିବା ସମ୍ପତ୍ତିକୁ ଆଟାଚ୍‌ କରିଛି ଇଡି ।

ଅନ୍ୟପଟେ ଇଡିର ସମ୍ପତ୍ତି ଆଟାଚ୍ ନେଇ ମୁହଁ ଖୋଲିଛନ୍ତି ପ୍ରଭାତ ଵିଶ୍ବାଳ । ସେ କହିଛନ୍ତି ଯେ, ଜାମିନ ସମୟରେ ଆମେ ଏ ଟଙ୍କା ଡିପୋଜିଟ କରିଥିଲୁ । ସେହି ଟଙ୍କାକୁ ଇଡି ଆଟାଚ୍ କରିଥିବା ଦର୍ଶାଇଛି । ମୁଁ ନିର୍ଦ୍ଦୋଶ ଓ ମୋ ଟଙ୍କା ଫେରି ପାଇଵି ବୋଲି କହିଛନ୍ତି ପ୍ରଭାତ ।