କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅପମାନ କରିଛନ୍ତି : ଅଧିର ରଞ୍ଜନ ଚୌଧୁରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ‘ବିଜେପି ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅପମାନ କରିଛନ୍ତି’। ଏପରି କହି ଗୃହରେ ସ୍ମୃତି ଇରାନୀ ଦେଇଥିବା ଟିପ୍ପଣୀକୁ ହଟାଇବା ପାଇଁ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ଲୋକସଭା ବାଚସ୍ପତି ଓମ ବିରଲାଙ୍କ ନିକଟରେ ଅପିଲ କରିଛନ୍ତି।ସେ ଅଭିଯୋଗ କରିଛନ୍ତି, ଯେଉଁ ଭାବେ ବିଜେପି ସାଂସଦ ରାଷ୍ଟ୍ରପତିଙ୍କ ନାଁ ନେଉଛନ୍ତି, ଏହା ରାଷ୍ଟ୍ରପତିଙ୍କ ପଦ ପ୍ରତି ଅପମାନ ହେଉଛି। ଲୋକସଭା ବାଚସ୍ପତିଙ୍କୁ ଲେଖିଥିବା ଚିଠିରେ ଅଧୀର ରଞ୍ଜନ କହିଛନ୍ତି, ‘ଇରାନୀ ଗୃହକୁ ସମ୍ୱୋଧିତ କରିବା ସମୟରେ ରାଷ୍ଟ୍ରପତି ମୁର୍ମୁଙ୍କ ନାଁ ଜୋର୍‌ ପାଟିରେ ଚିଲାଇ ଚିଲାଇ କହିଥିଲେ। ସେ ଏହି ସମୟରେ ସେ ନା ମ୍ୟାଡାମ କହିଥିଲେ ନା ଶ୍ରୀମତି ଶବ୍ଦ ବ୍ୟବହାର କରିଥିଲେ।’

ସେ ଚିଠିରେ ଆହୁରି ଲେଖିଛନ୍ତି ଯେ ସ୍ମୃତି ଇରାନୀ ଯେଉଁ ଭାବେ ଗୃହରେ ରାଷ୍ଟ୍ରପତିଙ୍କ ନାଁ କହୁଥିଲେ, ଏମିତି କହିବା ଉଚିତ୍‌ ନୁହେଁ। ଏହା ମାନ୍ୟବର ରାଷ୍ଟ୍ରପତିଙ୍କୁ ଅପମାନ ଦେବା ଭଳି କଥା। ମାନ୍ୟବର ରାଷ୍ଟ୍ରପତି କିମ୍ୱା ମ୍ୟାଡାମ ଶବ୍ଦ ବ୍ୟବହାର ନକରି ସ୍ମୃତି ବାରମ୍ୱାର ‘ଦ୍ରୌପଦୀ ମୁର୍ମୁ’ କହି ଚିଲାଉଥିଲେ।ସେ କହିଛନ୍ତି, ସ୍ମୃତି ଇରାନୀ ସ୍ପଷ୍ଟ ଭାବେ ରାଷ୍ଟ୍ରପତିଙ୍କୁ ଅପମାନ କଲା ଭଳି କଥା କହିଛନ୍ତି। ଏଥି ପାଇଁ ମୁଁ ଦାବି କରୁଛି ଯେ ସ୍ମୃତି ଇରାନୀ ଯେଉଁଭଳି ଭାବେ ରାଷ୍ଟ୍ରପତିଙ୍କ ନାଁ ନେଉଥିଲେ, ଗୃହ କାର୍ଯ୍ୟରୁ ତାଙ୍କର ବୟାନ ହଟାଯାଉ।

Related Posts