ଏକ୍‌ଜିଟ୍‌ ପୋଲ୍‌ – ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରୁ ବିଜେପିର ଏକ୍‌ଜିଟ୍‌ର ସଙ୍କେତ

ରାଜସ୍ଥାନ, ତେଲଙ୍ଗାନାରେ ମତଦାନ ସହ ସରିଛି 5ଟି ରାଜ୍ୟର ଭୋଟିଂ । ଆସନ୍ତା ୧୧ରେ ଗଣତି ସହ ଫଳାଫଳ ପ୍ରକାଶ ପାଇବ । କିନ୍ତୁ ତା ପୂର୍ବରୁ ଶୁକ୍ରବାର ଆସିଛି ଏକ୍‌ଜିଟ ପୋଲ ରିପୋର୍ଟ । ରାଜସ୍ଥାନରେ କଂଗ୍ରେସ କ୍ଷମତାକୁ ଫେରୁଥିବା ବେଳେ ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହୋଇପାରେ । ଆକଳନ ଅନୁସାରେ ତେଲଙ୍ଗାନାରେ ପୁଣି ଥରେ କ୍ଷମତାରୁ ଫେରୁଛି ଟିଆରଏସ୍‌ । ମିଜୋରାମରେ ଏମ୍‌ଏନ୍‌ଏଫ ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ ।

INDIA TODAY EXIT POLL

() ଇଣ୍ଡିଆ ଟୁଡେର ଏକଜିଟ୍ ପୋଲ ଅନୁସାରେ ରାଜସ୍ଥାନରେ କ୍ଷମତାକୁ ଫେରିବ କଂଗ୍ରେସ । ମୋଟ ୧୧୯ ଆସନରୁ କଂଗ୍ରେସ ୧୪୧, ବିଜେପି ୫୫ରୁ ୭୨ ଓ ଅନ୍ୟାନ୍ୟ ଦଳ ୪ରୁ ୧୧ଟି ଆସନରେ ବିଜୟ ଲାଭ କରିପାରନ୍ତି । ମଧ୍ୟପ୍ରଦେଶରେ କଡ଼ା ଟକ୍କର ହେବ । ଇଣ୍ଡିଆ ଟୁଡେ ଓ ଆକ୍ସିସର ଏକ୍‌ଜିଟ ପୋଲ୍ ଅନୁସାରେ କଂଗ୍ରେସ ୧୦୪ରୁ ୧୨୨ ଓ ବିଜେପି ୧୦୨ରୁ ୧୨୦ ଆସନରେ ବିଜୟ ଲାଭ କରିପାରନ୍ତି ।

ସେହିପରି ଇଣ୍ଡିଆ ଟୁଡେ ଏକଜିଟ୍ ପୋଲ୍ ଅନୁସାରେ ଛତିଶଗଡ଼ରେ ସରକାର ଗଠନ କରିପାରେ କଂଗ୍ରେସ । ୯୦ ଆସନରୁ ଛତିଶଗଡ଼ରେ ୫୫ରୁ ୬୫ ଆସନ ଯାଇପାରେ କଂଗ୍ରେସ ହାତକୁ । ବିଜେପି ୨୧ରୁ ୩୧ଟି ଆସନ ଜିତିପାରେ । ଇଣ୍ଡିଆ ଟୁଡେର ଏକ୍‌ଜିଟ୍‌ ପୋଲ୍ ଅନୁସାରେ ତେଲଙ୍ଗାନାରେ ସରକାର ଗଠନ କରିପାରେ ଟିଆର୍‌ଏସ୍‌ । ୧୧୯ ଆସନରୁ ଟିଆର୍‌ଏସ୍‌କୁ ୭୯ରୁ ୯୧, କଂଗ୍ରେସକୁ ୨୧ରୁ ୩୩ ଓ ବିଜେପିକୁ ୧ରୁ ୩ଟି ଆସନ ମିଳିପାରେ ।

C VOTER EXIT POLL

ସି ଭୋଟର ଏକଜିଟ୍ ପୋଲ୍ ଅନୁସାରେ ଛତିଶଗଡ଼ରେ ସରକାର ଗଢ଼ିପାରେ କଂଗ୍ରେସ । କଂଗ୍ରେସକୁ ୪୬, ବିଜେପିକୁ ୩୯, ବିଏସ୍‌ପିକୁ ୫ ଆସନ ଯାଇପାରେ । ମଧ୍ୟପ୍ରଦେଶର ୨୩୦ ଆସନ ପାଇଁ ସି-ଭୋଟରର ଏକଜିଟ୍‌ ପୋଲ ଅନୁସାରେ ବିଜେପି ହାତକୁ ଯାଇପାରେ ୯୨ରୁ ୧୦୬ଟି ଆସନ, କଂଗ୍ରେସକୁ ୧୧୦ରୁ ୧୨୬ ଏବଂ ଅନ୍ୟାନ୍ୟ ଦଳ ୬ରୁ ୨୨ଟି ଆସନ ପାଇପାରନ୍ତି ।

TIMES NOW EXIT POLL

ଟାଇମସ୍‌ ନାଓର ଏକଜିଟ୍ ପୋଲ ଅନୁସାରେ ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ପୁଣି ସରକାର ଗଢ଼ିପାରେ ବିଜେପି । ରାଜସ୍ଥାନରେ ୫ ବର୍ଷ ପରେ ପୁଣି କ୍ଷମତାକୁ ଫେରିପାରେ କଂଗ୍ରେସ । ତେଲଙ୍ଗାନା ପୁଣି ଯିବ ଟିଆର୍‌ଏସ୍‌ ହାତକୁ । ଟାଇମ୍‌ସ ନାଓ ଏକ୍‌ଜିଟ୍ ପୋଲ ଅନୁସାରେ ରାଜସ୍ଥାନରେ ୨୦୦ ଆସନରୁ କଂଗ୍ରେସକୁ ୧୦୫, ବିଜେପିକୁ ୮୬ ଓ ଅନ୍ୟାନ୍ୟଙ୍କୁ ୨ଟି ଆସନ ମିଳିପାରେ..

ମଧ୍ୟପ୍ରଦେଶର ୨୩୦ଟି ଆସନରୁ ବିଜେପିକୁ ୧୨୬, କଂଗ୍ରେସକୁ ୮୯, ବିଏସ୍‌ପିକୁ ୦୬ ଓ ଅନ୍ୟାନ୍ୟଙ୍କୁ ମିଳିପାରେ ୯ଟି ଆସନ। ଛତିଶଗଡ଼ରେ ମୋଟ୍‌ ୯୦ ଆସନରୁ ବିଜେପିକୁ ୪୬, କଂଗ୍ରେସକୁ ୩୫, ବିଏସ୍‌ପିକୁ ୦୭ ଓ ଅନ୍ୟାନ୍ୟ ଜିତିପାରନ୍ତି ୨ଟି ଆସନ । ତେଲଙ୍ଗାନାର ମୋଟ୍‌ ୧୧୯ ଆସନରୁ ବିଜେପି-୦୭, କଂଗ୍ରେସ-୩୭, ଟିଆରଏସ୍-୬୬, ଅନ୍ୟାନ୍ୟଙ୍କୁ ୯ଟି ଆସନ ମିଳିପାରେ ବୋଲି ପୂର୍ବାନୁମାନ କରାଯାଉଛି ।

ABP EXIT POLL

ଏବିପି-ସିଡିଏସ୍‌ ଏକଜିଟ୍ ପୋଲ ଅନୁସାରେ ଛତିଶଗଡ଼ରେ ସରକାର ଗଢ଼ିପାରେ ବିଜେପି । ୯୦ ଆସନରୁ ବିଜେପି ୫୨, କଂଗ୍ରେସ ୩୯ ଓ ଅନ୍ୟାନ୍ୟ ୩ଟି ଆସନରେ ବିଜୟ ଲାଭ କରିପାରନ୍ତି । ଏକଜିଟ ପୋଲ୍ ଅନୁସାରେ ମଧ୍ୟପ୍ରଦେଶରେ ସରକାର ଗଢିପାରେ କଂଗ୍ରେସ । ୨୩୦ ଆସନରୁ ବିଜେପି ୯୪, କଂଗ୍ରେସ ୧୨୬ ଓ ଅନ୍ୟାନ୍ୟ ୧୦ଟି ଆସନରେ ବିଜୟ ଲାଭ କରିପାରନ୍ତି।

NEWS X EXIT POLL

ନ୍ୟୁଜ୍ ଏକ୍ସର ଏକଜିଟ୍ ପୋଲରେ ଛତିଶଗଡ଼ରେ କାହାରିକୁ ବହୁମତ ମିଳୁନଥିବା ଆକଳନ କରାଯାଇଛି । ମୋଟ ୯୦ ଆସନରୁ ବିଜେପି ୪୩, କଂଗ୍ରେସ ୪୦ ଓ ଅନ୍ୟାନ୍ୟ ୦୭ଟି ଆସନ ଜିତିପାରନ୍ତି । ମଧ୍ୟପ୍ରଦେଶରେ କ୍ଲୋଜ କଣ୍ଟେଷ୍ଟ ଆକଳନ କରିଛି ନ୍ୟୁଜ୍ ଏକସ । ମୋଟ୍ ୨୩୦ ଆସନରୁ କଂଗ୍ରେସକୁ ୧୧୨, ବିଜେପିକୁ ୧୦୬ ଓ ଅନ୍ୟାନ୍ୟ ୧୨ଟି ଆସନରେ ଜିତିପାରନ୍ତି ।

Related Posts