ବିବାଦରେ ଫିଲ୍ମ ‘କେଦାରନାଥ’, ଉତ୍ତରାଖଣ୍ଡରେ ବ୍ୟାନ୍‌

ବିବାଦରେ ଫିଲ୍ମ ‘କେଦାରନାଥ’ । ଉତ୍ତରାଖଣ୍ଡରେ ଏହି ଫିଲ୍ମକୁ ନେଇ ବିବାଦ ତେଜିବାରେ ଲାଗିଛି । ଫଳରେ ଆଜି ରିଲିଜ୍‌ ହୋଇଥିବା ଏହି ଫିଲ୍ମକୁ ରାଜ୍ୟରେ ବ୍ୟାନ୍‌ କରାଯାଇଛି । ଅର୍ଥାତ୍‌ ରାଜ୍ୟରେ କେଦାରନାଥ ରିଲିଜ୍‌ ହୋଇନାହିଁ ।

ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଓ ଅଭିନେତା ସୁଶାନ୍ତ ସିଂହଙ୍କ ଅଭିନୀତ ଏହି ଫିଲ୍ମକୁ ନେଇ ଆରମ୍ଭରୁ ଲାଗି ରହିଛି ବିବାଦ । ଗୋଟିଏ ପଟେ ଫିଲ୍ମ ବିରୋଧରେ ଦାଖଲ ଆବେଦନକୁ ହାଇକୋର୍ଟ ଖାରଜ କରିଥିବା ବେଳେ ଅନ୍ୟପଟେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ହରିଶ ରାୱତ୍‌ ପିଲ୍ମ ରିଲିଜ୍‌କୁ ନେଇ ସମସ୍ତ ଜିଲ୍ଲାଧିକାରୀ ଏବଂ ଏସ୍‌ଏସ୍‌ପିଙ୍କୁ ସ୍ଥିତି ନିୟନ୍ତ୍ରଣ ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ଫିଲ୍ମ ରିଲିଜ୍‌କୁ ବନ୍ଦ କରାଯାଇଛି ।

କେଦାରନାଥ ଫିଲ୍ମଟି ଜୁନ 2013ରେ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟ ଉପରେ ଆଧାରିତ ହୋଇଛି । ଧାର୍ମିକ ଭାବନାକୁ ଫିଲ୍ମଟି ଆଘାତ ହେଉଥିବା ଅଭିଯୋଗ କରି କିଛି ଲୋକ ଏହାକୁ ବିରୋଧ କରୁଛନ୍ତି । ଏହି ଫିଲ୍ମରେ ଲଭ୍‌ ଜେହାଦ୍‌କୁ ପ୍ରମୋଟ୍‌ କରାଯାଉଥିବା ଅଭିଯୋଗ ରହିଛି ।

Related Posts