ବାବୁଙ୍କ ଘରେ ଏତେ ଟଙ୍କା ହେଉଛି କଣ ?

ସତ୍ୟପାଠ ବ୍ୟୁରୋ : ବାବୁଙ୍କ ଅଏସ୍ । ଘର ମରାମତି ନାଁରେ ଲୁଟ ହେଉଛି ଲୋକଙ୍କ ଟଙ୍କା । ପ୍ରତିବର୍ଷ ରାଜ୍ୟ ତହବିଲରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି କେବଳ ବାବୁ ମାନଙ୍କ ଅଏସ୍ ଆରାମର ଘର ମରାମତି ପାଇଁ । ସୂଚନା ଅଧିକାରରେ ମିଳିଥିବା ଏ ତଥ୍ୟ ଆପଣଙ୍କୁ ହତଚକିତ କରିପାରେ । ଆଉ ଏ ରିପୋର୍ଟ ଦେଖି ଆପଣ ବି କହିବେ, ପିସି କାରବାରର ପେଣ୍ଠସ୍ଥଳୀ ଦେଖିବାକୁ ହେଲେ ଜିଲ୍ଲାପାଳଙ୍କ ବାସଭବନ ଯାଆନ୍ତୁ ।

ହିସାବ କହୁଛି ମାତ୍ର ୪ଟି ଜିଲ୍ଲାର ଜିଲ୍ଲାପାଳ ବାସଭବନ ମରାମତି ପାଇଁ ପାଖାପାଖି କୋଟିଏ ଟଙ୍କା ଖର୍ଚ୍ଚ ହୋଇଛି । ୨୦୧୪-୧୫ ଆର୍ଥିକ ବର୍ଷରେ ମାଲକାନଗିରି ଜିଲ୍ଳାପାଳ ମହୋଦୟଙ୍କ ବାସଭବନ ମରାମତି ପାଇଁ ଖର୍ଚ୍ଚ ହୋଇଛି ୧ଲକ୍ଷ ୭୩ ହଜାର ୫୦୯ଟଙ୍କା । ପୁଣି କିଛି କାମ ବାକି ରହିଗଲା ବୋଧହୁଏ ତେଣୁ ତା ପରବର୍ଷ ଅର୍ଥାତ୍ ୨୦୧୫-୧୬ ଆର୍ଥିକ ବର୍ଷରେ ୯ଲକ୍ଷ ୩୪ହଜାର ୧୦୭ଟଙ୍କା ଖର୍ଚ୍ଚ ହେଲା ଜିଲ୍ଳାପାଳ ମହୋଦୟଙ୍କ ବାସଭବନ ମରାମତି ପାଇଁ । ଖାଲି ସେତିକି ନୁହେଁ ପୁଣି କିଛି ବାକି ରହିଗଲା କି କଣ, ତେଣୁ ୨୦୧୬-୧୭ ଆର୍ଥିକ ବର୍ଷରେ ସର୍ବାଧିକ ୧୦ଲକ୍ଷ ୫୪ହଜାର ୧୪୩ ହଜାର ଟଙ୍କା ମରାମତି ପାଇଁ ଖର୍ଚ୍ଚ ହେଲା । ଆଶ୍ଚର୍ଯ୍ୟ ହୁଅନ୍ତୁନି , କାରଣ ୨୦୧୭-୧୮ଆର୍ଥିକ ବର୍ଷରେ ୪ଲକ୍ଷ ୬୦ହଜାର ୪୧୧ଟଙ୍କା ଆଉ ୨୦୧୮-୧୯ ଆର୍ଥିକ ବର୍ଷରେ ୭ଲକ୍ଷ ୮୫ହଜାର ୯୬୨ ଟଙ୍କା ଖର୍ଚ୍ଚ ହୋଇଛି ଜିଲ୍ଲାପାଳଙ୍କ ବାସଭବନ ମରାମତି ପାଇଁ ।

ସେହିଭଳି ମାଲକାନଗିରି ଏସପିଙ୍କ ବାସଭବନ ପାଇଁ ୨୦୧୪-୧୫ରେ ୨ଲକ୍ଷ ୬୯ହଜାର ୫୮୦ଟଙ୍କା, ୨୦୧୫-୧୬ରେ ୪ଲକ୍ଷ ୯୦ହଜାର ୨୧୧ଟଙ୍କା, ୨୦୧୬-୧୭ରେ ୩ଲକ୍ଷ ୬୪ହଜାର ୩୩୭ଟଙ୍କା ଖର୍ଚ୍ଚ ହୋଇଛି ।

ଖାଲି ମାଲକାନଗିରି କାହିଁକି ଏବେ କଟକ ଜିଲ୍ଲାପାଳଙ୍କ ବାସଭବନ ମରାମତି ସମ୍ବନ୍ଧୀୟ ଖର୍ଚ୍ଚ ତାଲିକା ଦେଖନ୍ତୁ । ୨୦୧୫-୧୬ରେ ୧୧ଲକ୍ଷ ୯୯ହଜାର ୨ଟଙ୍କା, ୨୦୧୬-୧୭ରେ ୩ଲକ୍ଷ ୧୨ହଜାର ୪୦୯ଟଙ୍କା, ୨୦୧୭-୧୮ରେ ୩୮ହଜାର ୬୨୨ଟଙ୍କା ଓ ୨୦୧୮-୧୯ରେ ୭ଲକ୍ଷ ୯୭ହଜାର ୯୬୧ ଟଙ୍କା ଖର୍ଚ୍ଚ ହୋଇଛି କଟକ ଜିଲ୍ଲାପାଳଙ୍କ ବାସଭବନ ମରାମତି ପାଇଁ ।

କଟକ ଏସପିଙ୍କ ବାସଭବନ ପାଇଁ ୨୦୧୭-୧୮ରେ ୨ଲକ୍ଷ ୪୪ହଜାର ୩୦୫ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ କାର୍ଯ୍ୟାଳୟ ପାଇଁ ୨୦୧୬-୧୭ରେ ୩ଲକ୍ଷ ୬୬ହଜାର ୯୪୨ଟଙ୍କା, ୨୦୧୭-୧୮ରେ ୭ଲକ୍ଷ ୭୮ହଜାର ୪୮୨ଟଙ୍କା ଖର୍ଚ୍ଚ ହୋଇଛି ।

ସେହିଭଳି ଯାଜପୁର ଜିଲ୍ଲାପାଳଙ୍କ ବାସଭବନ ମରାମତି ପାଇଁ ୨୦୧୫-୧୬ରେ ୯ଲକ୍ଷ ୬୬ହଜାର ୪୮୬ ଟଙ୍କା, ୨୦୧୬-୧୭ରେ ୭ଲକ୍ଷ ୪୨ହଜାର ୮୬୧ଟଙ୍କା, ୨୦୧୭-୧୮ରେ ୨ଲକ୍ଷ ୩୩ହଜାର ୧୩ଟଙ୍କା ଖର୍ଚ୍ଚ ହୋଇଛି । ଜିଲ୍ଲା ଏସପିଙ୍କ ବାସଭବନ ମରାମତି ପାଇଁ ୨୦୧୭-୧୮ରେ ୪ଲକ୍ଷ ୫୮ହଜାର ୧ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ କାର୍ଯ୍ୟାଳୟ ମରାମତି ପାଇଁ ୨୦୧୫-୧୬ରେ ୬ଲକ୍ଷ ୧୪ହଜାର ୬୩୦ଟଙ୍କା ଓ ୨୦୧୬-୧୭ରେ ୪ଲକ୍ଷ ୭୪ହଜାର ୯୩୧ ଟଙ୍କା ଖର୍ଚ୍ଚ ହୋଇଛି ।

ଢ଼େଙ୍କାନାଳ ଜିଲ୍ଲାପାଳଙ୍କ ବା

ସଭବନ ମରାମତି ପାଇଁ ୨୦୧୪-୧୫ରେ ୩ଲକ୍ଷ ୧୦ହଜାର ୨୬୦ଟଙ୍କା, ୨୦୧୫-୧୬ରେ ୩ଲକ୍ଷ ୧୦ହଜାର ଟଙ୍କା, ୨୦୧୬-୧୭ରେ ୧ଲକ୍ଷ ୫୭ହଜାର ଟଙ୍କା ଓ ୨୦୧୭-୧୮ରେ ୮ଲକ୍ଷ ୧୯ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ଢ଼େଙ୍କାନାଳ ଏସପିଙ୍କ ବାସଭବନ ମରାମତି ପାଇଁ ୨୦୧୪-୧୫ରେ ୪ଲକ୍ଷ ୭୩ହଜାର ୪୪ଟଙ୍କା ଖର୍ଚ୍ଚ ହୋଇଛି ।

ତେବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମରାମତି ପାଇଁ ବି ସରକାରୀ ତହବିଲରୁ ପାଣି ଭଳି ଟଙ୍କା ଖର୍ଚ୍ଚ ହୋଇଛି । ମାଓ ଉପଦ୍ରୁତ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମରାମତି ପାଇଁ ୨୦୧୪ରୁ ୨୦୧୮ ମଧ୍ୟରେ ୧ କୋଟି ୩୦ଲକ୍ଷ ି ୨୨ ହଜାର ୨୨୭ ଟଙ୍କା ଖର୍ଚ୍ଚ ହୋଇଛି । କଟକ ଜିଲ୍ଲାପାଳ ଅଫିସ ମରାମତି ପାଇଁ ୨୦୧୫ରୁ ୨୦୧୯ ବର୍ତ୍ତମାନ ଯାଏ ୬୮ଲକ୍ଷ ୫୬ହଜାର ୯୭୧ଟଙ୍କା ଖର୍ଚ୍ଚ ହୋଇଛି । ଯାଜପୁର ଜିଲ୍ଲାପାଳ କାର୍ଯ୍ୟାଳୟ ମରାମତି ପାଇଁ ୨୦୧୫ରୁ ୨୦୧୯ ବର୍ତ୍ତମାନ ଯାଏ ୫୧ଲକ୍ଷ ୭ହଜାର ୭୫ଙ୍କା ଖର୍ଚ୍ଚ ହୋଇଛି ।

ମାଲକାନଗିରି ଉପଜିଲ୍ଳାପାଳଙ୍କ ବାସଭବନ ମରାମତି ପାଇଁ ୨୦୧୪-୧୫ରେ ୪୯ହଜାର ୨୭୫ଟଙ୍କା ଓ ୨୦୧୬-୧୭ରେ ୩ଲକ୍ଷ ୭୨ହଜାର ୮୧୨ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ କାର୍ଯ୍ୟାଳୟ ମରାମତି ପାଇଁ ୨୦୧୪-୧୫ରେ ୧ଲକ୍ଷ ୨୪ହଜାର ୦୭୯ଟଙ୍କା, ୨୦୧୫-୧୬ରେ ୪ଲକ୍ଷ ୯୬ହଜାର ୩୫୨ଟଙ୍କା, ୨୦୧୬-୧୭ରେ ୧ଲକ୍ଷ ୬୮ହଜାର ୧୯୩ଟଙ୍କା ଓ ୨୦୧୭-୧୮ରେ ୭ଲକ୍ଷ ୯୫ହଜାର ୮୮୬ଟଙ୍କା ଖର୍ଚ୍ଚ ହୋଇଛି ।

ଏସବୁ ହିସାବ କିତାବ ଦେଖିବା ପରେ ଏବେ ପ୍ରଶ୍ନ ଉଠିଛି, ପ୍ରତିବର୍ଷ ଏମିତି କଣ ସମସ୍ୟା ହେଉଛି ଯେ ବାବୁ ମାନେ ଲକ୍ଷ ଲକ୍ଷ ଟଙ୍କା କେବଳ ମରାମତି ପାଇଁ ଖର୍ଚ୍ଚ କରୁଛନ୍ତି ? ଯଦି ଇନ୍ଦିରାଆବାସ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କାଘର ମାତ୍ର ଦେଢ଼ ଲକ୍ଷ ଭିତରେ ସିମୀତ ତେବେ ଏ ବାବୁମାନେ କେମିତିକା ଘର ଚାହୁଁଛନ୍ତି ଯେଉଁଠି କେବଳ ଲକ୍ଷ ଲକ୍ଷ ଟଙ୍କା ମରାମତି ବାବଦରେ ଖର୍ଚ୍ଚ କରି ପାରିବେ ?

ସବୁଠୁ ବଡ କଥା ହେଲା, ଜଣେ ବାବୁ ଘରେ ରହିବା ବେଳେ ନିଜ ମନ ମୁତାବକ ଟାଇଲ ପକାଇବା ଠାରୁ ନେଇ ଫୁଲକୁଣ୍ଡ ଯାଏ ରଖିଥାନ୍ତି । କିନ୍ତୁ ସେ ଯିବା ପରେ ଯେଉଁ ନୂଆ ବାବୁ ଆସନ୍ତି ସେ ପୁଣି ମନ ମୁତାବକ ଗାଧୁଆ ଘର ଯାଏ ମରାମତି କରନ୍ତି । ଯେଉଁଥିପାଇଁ ଏତେ ଟଙ୍କା ଖର୍ଚ୍ଚ ହେଉଛି । ତେବେ କଥା ହେଉଛି ଏ ଟଙ୍କା ବାବୁମାନଙ୍କ ଦରମାରୁ ଖର୍ଚ୍ଚ ହୁଏନାହିଁ ବରଂ ସରକାରୀ ତହବିଲରୁ ଖର୍ଚ୍ଚ ହୁଏ । ଆଉ ଆମେ ସମସ୍ତେ ଜାଣିଛନ୍ତି ସରକାରୀ ଅର୍ଥମାନେ ସାଧାରଣ ଲୋକଙ୍କ ଅର୍ଥ । ହେଲେ ଏ ବାବୁମାନେ ସାଧାରଣ ଲୋକର ଟଙ୍କାକୁ ଏମିତି ପାଣି ଭଳି ଖର୍ଚ୍ଚ କରୁଥିବା ବେଳେ ଏହାର କଣ କିଛି ଲିମିଟ୍ ରହିବନି କି ?

Related Posts