ପୁଣି ପୁଲୱାମାରେ ଆତଙ୍କୀ ହମଲା, ଓଡିଆ ଯବାନ ସହୀଦ

ସତ୍ୟପାଠ ବ୍ୟୁରୋ : ଜାମ୍ମୁ ଓ କାଶ୍ମୀରର ପୁଲୱାମା ଠାରେ ପୁଣି ସେନା ଉପରେ ଆକ୍ରମଣ ହୋଇଛି । ଆତଙ୍କବାଦୀ ଆକ୍ରମଣରେ ଓଡିଆ ଯବାନ ସହୀଦ ହୋଇଛନ୍ତି । ତାଙ୍କ ନାଁ ଅଜିତ ସାହୁ ଓ ଘର ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ବଡ ସୁଆଁଳ ଗାଁରେ ।

ପୁଲୱାମା ଅରିହଲ ଅଂଚଳରେ ଗତକାଲି ଆତଙ୍କବାଦୀମାନେ ସେନା ଗାଡି ଉପରକୁ ଆଇଡି ବିସ୍ଫୋରଣ କରାଇଥିଲେ । ଯେଉଁଥିରେ ଗୁରୁତର ଅଜିତଙ୍କୁ ମେଡିକାଲରେ ଭର୍ତ୍ତୀ କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଅଜିତ । ଆଜି ରାତିରେ ତାଙ୍କର ପାର୍ଥିବ ଶରୀର ଗାଁରେ ପହଂଚିବ ବୋଲି ଜଣାପଡିଛି ।

ଅଜିତ ୨୦୧୫ରେ ସେନାରେ ଯୋଗଦେଇଥିଲେ । କିଛିଦିନ ତଳେ ଛୁଟିରେ ଘରକୁ ଆସି ପୁଣି କାର୍ଯ୍ୟରେ ଯୋଗ ଦେଇଥିଲେ । ଜାମ୍ମୁ କାଶ୍ମୀର ୧୯ ରେଜିମେଂଟରେ ତାଙ୍କର ପୋଷ୍ଟିଂ ହୋଇଥିଲା । ଅଜିତଙ୍କ ସହୀଦ ଖବର ପାଇ ପୁରା ଗାଁରେ ଶୋକର ଛାୟା ଖେଳି ଯାଇଛି ।

Related Posts