ଗତ ଆଠ ବର୍ଷରେ ଅଧିକାଂଶ ସାମଗ୍ରୀ ଉପରେ ପଡିଛି ମହଙ୍ଗା ମାଡ଼: ୨ ଗୁଣ ବଢିଛି ଦରଦାମ

ନୂଆଦିଲ୍ଲୀ ‘; ଦେଶରେ ଏବେ ସବୁ ସାମଗ୍ରୀ ଓ ଖାଦ୍ୟର ଦର ଦାମ ବଢିବାକୁ ଲାଗିଛି | ଅହେତୁକ ଭାବେ ବଢି ଚାଲିଛି ଦରଦାମ | ଗତ ଆଠ ବର୍ଷରେ କେବଳ ପେଟ୍ରୋଲ ଦାମ ବଢ଼ିନାହିଁ । ବରଂ କେବଳ ଇଲେକଟ୍ରୋନିକ୍ସ ସାମଗ୍ରୀକୁ ଛାଡ଼ିଦେଲେ ପେଟ୍ରୋଲ ତୁଳନାରେ ଅନ୍ୟ ସବୁ ଖାଉଟି ସାମଗ୍ରୀର ଦର ଅଧିକ ହାରରେ ବଢ଼ିଛି । ଦରଦାମ ବୃଦ୍ଧି ସାଧାରଣ ଖାଉଟି ପାଇଁ ଚିନ୍ତାର କାରଣ ହୋଇଛି । ଦର ଦାମ ଦୁଇ ଗୁଣ ବୃଦ୍ଧି ପାଇଛି |

ଆଠ ବର୍ଷ ଭିତରେ ପେଟ୍ରୋଲ ତୁଳନାରେ ଖାଉଟି ସାମଗ୍ରୀର ଦର କିଭଳି ହାରରେ ବଢ଼ିଛି ତା’ ଉପରେ ଥରେ ନଜର ପକାନ୍ତୁ ।

ପେଟ୍ରୋଲ ଭଳି ଅନ୍ୟ ଖାଉଟି ସାମଗ୍ରୀର ଦର ମଧ୍ୟ ବୃଦ୍ଧି ପାଇଛି । ଅଟା ହେଉ କି ଆଳୁ, ଡାଲି ହେଉ କି ଖାଇବା ତେଲ ସବୁ କିଛି ଦର ବଢ଼ିଛି । ୫୦ରୁ ୬୦ ପ୍ରତିଶତ ଦର ବୃଦ୍ଧି ହୋଇଛି । ଖାଇବା ତେଲର ମୂଲ୍ୟ ପ୍ରାୟ ୨ ଗୁଣ ହୋଇ ଯାଇଛି । ଚିକେନ୍ ଦର ମଧ୍ୟ ୫୦ ପ୍ରତିଶତରୁ ଅଧିକ ବଢ଼ିଛି । କ୍ଷୀର ରେଟ୍ ମଧ୍ୟ ବୃଦ୍ଧି ପାଇଛି । ୱାସିଂ ମେସିନ୍, ଏସି ଆଦି ଘରୋଇ ଉପକରଣ ଦର ବି ବଢ଼ିଯାଇଛି । ମୋଟାମୋଟି କହିବାକୁ ଗଲେ ଅଧିକାଂଶ ସାମଗ୍ରୀ ଉପରେ ପଡିଛି ମହଙ୍ଗା ମାଡ଼ ।

ଖାଉଟି ମୂଲ୍ୟ ସୂଚୀକୁ ଦେଖିଲେ ଗତ ଆଠ ବର୍ଷ ଭିତରେ କେବଳ ଟିଭି, ହୋମଥିଏଟର ଭଳି ଇଲେକଟ୍ରୋନିକ୍ସ ସାମଗ୍ରୀକୁ ଛାଡ଼ିଦେଲେ ପରିବା, ଡାଲି, କ୍ଷୀର ଓ ଚିକେନ ଭଳି ଖାଦ୍ୟ ସାମଗ୍ରୀ ପ୍ରାୟ ୫୦% ବା ଦେଢ଼ ଗୁଣ ବଢ଼ିଯାଇଥିବା ଦେଖାଯାଇଛି । ସେହିଭଳି ଖାଇବା ତେଲ ଆମଦାନୀ ଉପରେ ଦେଶ ନିର୍ଭର କରୁଥିବା ବେଳେ ଖାଇବା ତେଲର ଦାମ ପ୍ରାୟ ଦୁଇ ଗୁଣ ହୋଇଯାଇଛି । ତେବେ କେବଳ ଏଲଇଡି ଟିଭି, ହୋମ ଥିଏଟର ଭଳି ଇଲେକଟ୍ରୋନିକ୍ସ ସାମଗ୍ରୀର ଦାମ ପୂର୍ବ ଅପେକ୍ଷା କମିଥିବା ଦେଖାଯାଇଛି ।

ସେପଟେ ବଢୁଥିବା ଦରଦାମ କୁ ନେଇ ସରକାରଙ୍କୁ ଲଗାତାର ଭାବେ ବିରୋଧୀ ଟାର୍ଗେଟ କରି ଆସୁଥିବା ବେଳେ, ମଧ୍ୟ ଦର ଦାମ ବଢିଚାଲିଛି |

Related Posts