
କଟକ: କଟକ ବଡ଼ ଡାକ୍ତରଖାନା ଓପିଡିରେ ଲାଗୁ ହେବ ଅନ୍ଲାଇନ୍ ସ୍ଲଟ୍ ବୁକିଂ ବ୍ୟବସ୍ଥା। ଯାହାଫଳରେଏଣିକି ରାତିରୁ ଆସି ଆଉ ଏସସିବିରେ ଲାଇନ ଲଗାଇବାକୁ ପଡିବ ନାହିଁ । ଅନଲାଇନ ବୁକିଂ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି ।
ଆସନ୍ତା ୯ ତାରିଖରୁ ଅନଲାଇନ ବୁକିଂ ବ୍ୟବସ୍ଥା ଲାଗୁ ହେବ । ୧୦ ତାରିଖରୁ ଆରମ୍ଭ ହେବ ଅନଲାଇନ ଟିକେଟରେ ରୋଗୀ ଦେଖା । ଅନଲାଇନ ବୁକିଂର ପ୍ରିଣ୍ଟ ଆଉଟ ନେଇ ଓପିଡିକୁ ଆସିପାରିବେ । ଘରେ ବସି ଡାକ୍ତରଙ୍କୁ ଦେଖା କରିବାକୁ ପଞ୍ଜିକରଣ ମଧ୍ୟ କରିପାରିବେ ।
ଅନ୍ଲାଇନ୍ ବୁକିଂ କରିବା ପାଇଁ ରୋଗୀ ବା ସେମାନଙ୍କ ସଂପର୍କୀୟ ମାନଙ୍କୁ www.eswasthya.odisha.gov.in କୁ ଯିବାକୁ ପଡ଼ିବ।