
ନୂଆଦିଲ୍ଲୀ; ଘୋର ଆର୍ଥିକ ସଙ୍କଟରେ ମଧ୍ୟରେ ଗତି କରୁଛି ଶ୍ରୀଲଙ୍କା | ସେପଟେ ଭାରତ ବଡ ଭାଇ ଭଳି ଶ୍ରୀଲଙ୍କାକୁ ସାହାଯ୍ୟ କରି ଆସୁଥିବା ବେଳେ, ଏହାରି ମଧ୍ୟରେ ଶ୍ରୀଲଙ୍କାକୁ ସହାୟତା ପାଇଁ ଆଗକୁ ଆସିଛନ୍ତି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ | ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ ଶୁକ୍ରବାର ତାମିଲନାଡୁ ବିଧାନସଭାରେ ଏକ ବିଧେୟକ ଆଣିଛନ୍ତି । ଯାହା ଦ୍ୱାରା ଶ୍ରୀଲଙ୍କାକୁ ସିଧାସଳଖ ସହାୟତା ଯୋଗାଇ ପାରିବ ତାମିଲନାଡୁ । ଆଉ ଏଥିପାଇଁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରବାକୁ ଦାବି କରିଛନ୍ତି ଷ୍ଟାଲିନ । ରାଜ୍ୟ ବିଧାନସଭାରେ ଏମ.କେ. ଷ୍ଟାଲିନ ସବୁ ଦଳର ସମର୍ଥନ ଲୋଡିଛନ୍ତି ।
ଏହି ବିଧେୟକରେ ଶ୍ରୀଲଙ୍କାକୁୁ ଡାଲି, ଚାଉଳ , ଦୁଗ୍ଧ ଜାତୀୟ ସାମ୍ରଗୀ ସହ ଓଷଧ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି । ଷ୍ଟାଲିନ କହିଛନ୍ତି ଏସମ୍ପର୍କରେ କେନ୍ଦ୍ର୍ର ସରକାରଙ୍କୁ ଚିଠି ଦିଆଯାଇଥିଲେ ମଧ୍ୟ ଏହାର କୋଣସି ଉତର ଏଯାଏ ମିଳି ନାହିଁ । ପୁର୍ବରୁ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ ଷ୍ଟାଲିନ ଏବଂ ଶ୍ରୀଲଙ୍କାବାସିଙ୍କୁ ଆର୍ଥିକ ସହାୟତା ଦିଗରେ ମାନବିକତା ଦୃଷ୍ଟିରେ କ୍ରେନ୍ଦ ସରକାରଙ୍କ ଅନୁମତି ଲୋଡ଼ିଥିଲେ ।
ସୂଚନାଯୋଗ୍ୟ, ନିକଟରେ ଭାରତ ସରକାର ୧୮,୫୦୦କୋଟିର ସାହାଯ୍ୟ ଶ୍ରୀଲଙ୍କାକୁ ଦେଇଥିଲେ ।
ସେପଟେ, ବିଦେଶୀ ଋଣ ଓ ସୁଧ ପରିଶୋଧ କରିବାରେ ଶ୍ରୀଲଙ୍କା ଅକ୍ଷମତା ପ୍ରକାଶ କରିଛି। ଶ୍ରୀଲଙ୍କା ଉପରେ ପ୍ରାୟ ୫୧୦୦ କୋଟି ଡଲାରର ବିଦେଶୀ ଋଣ ବୋଝ ରହିଛି। ଆମଦାନି ପାଇଁ ଦେଶ ପାଖରେ ବିଦେଶୀ ମୁଦ୍ରା ଭଣ୍ଡାର ଖାଲି ହୋଇଯାଇଥିବାରୁ ବିଦେଶୀ ଋଣ ପରିଶୋଧ କରିବା ସମ୍ଭବ ନୁହେଁ ବୋଲି କହି ଶ୍ରୀଲଙ୍କା ସରକାର ହାତ ଟେକି ଦେଇଛନ୍ତି।