ମହଙ୍ଗା ପଡ଼ିଲା ଲାଞ୍ଚ; ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟନୁଷ୍ଠାନ ପରେ ଡିଏସପି ରୁ ହେଲେ ସବ୍ ଇନ୍ସପେକ୍ଟର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ):ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତିକୁ କଡାକଡି କରିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଲାଞ୍ଚ ନେବା ମାମଲାରେ ଜଣେ ଡେପୁଟି ଏସପି (ଡିଏସପି) ଙ୍କୁ ସବ୍ ଇନ୍ସପେକ୍ଟର ପାହ୍ୟାକୁ ଆଣିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ରାମପୁର ନଗରର ତକ୍ରାଳୀନ ଡିଏସପି ବିଦ୍ୟା କିଶୋର ଶର୍ମାଙ୍କୁ ନିଜର ମୂଳ ପଦରୁ ପ୍ରତ୍ୟାବର୍ତ୍ତନ କରି ସବ୍ ଇନ୍ସପେକ୍ଟର ଭାବେ ସାନି ନିଯୁକ୍ତି ଦେବାକୁ ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁସାରେ, ବିଦ୍ୟା କିଶୋର ଶର୍ମାଙ୍କୁ ୨୦୨୧ ମସିହାରେ ରାମପୁର ଜିଲ୍ଲାରେ ନିଯୁକ୍ତି ମିଳିଥିଲା । ସେଠାରୁ ତାଙ୍କୁ ଏକ ଦୁର୍ନୀତି ମାମଲାରେ ସ୍ଥାନାନ୍ତର କରାଯାଇଥିଲା । ଏହାପରେ ଏହି ମାମଲାର ଯାଞ୍ଚ ଆରମ୍ଭ ହୋଇଥିଲା । ଯାଞ୍ଚ ବେଳେ ବିଦ୍ୟା କିଶୋର ଶର୍ମା ଦୋଷୀ ସାବ୍ୟସ୍ତ ହୋଇଥିଲେ । ଏହି ମାମଲାରେ ଏବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିଦ୍ୟାଙ୍କୁ ସବ୍ ଇନ୍ସପେକ୍ଟର ପାହ୍ୟାକୁ ପ୍ରତ୍ୟାବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏନେଇ ରାଜ୍ୟ ଗୃହ ବିଭାଗ ତରଫରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି । ୨୦୨୧ ମସିହାରେ ଜଣେ ମହିଳା ବିଦ୍ୟା କିଶୋରଙ୍କ ନାମରେ ଅଭିଯୋଗ ଆଣିଥିଲେ । ଅଭିଯୋଗ ମୁତାବକ ସ୍ୱାମୀ ବିବେକାନନ୍ଦ ହସ୍ପିଟାଲର ସଂଚାଳକ ବିନୋଦ ଯାଦବ ଓ ତକ୍ରାଳୀନ ଇନସ୍ପେକ୍ଟର ରାମବୀର ଯାଦବ ଉକ୍ତ ମହିଳାଙ୍କ ସହ ଗଣ ଦୁଷ୍କର୍ମ କରିଥିଲେ । ଏହି ମାମଲାରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା । ହେଲେ ଅଭିଯୁକ୍ତମାନଙ୍କ ଠାରୁ ବିଦ୍ୟା କିଶୋର ୫ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବାର ଏକ ଭିଡିଓ ପୀଡିତା ମହିଳା ଭାଇରାଲ କରିଥିଲେ । ଏହାପରେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଘଟଣାରେ ବିଦ୍ୟା ଦୋଷୀ ସାବ୍ୟସ୍ତ ହେବାପରେ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Related Posts