ଆଜିଠାରୁ ମହଙ୍ଗା ମାଡ଼: ଟୋଲ୍‌ ଟିକସ ଠାରୁ ଆରମ୍ଭ କରି ଔଷଧ ପର୍ଯ୍ୟନ୍ତ ବହୁତ କିଛି ହେବ ମହଙ୍ଗା

ନୂଆଦିଲ୍ଲୀ : ଏପ୍ରିଲ୍‌ ୧ ତାରିଖ ଅର୍ଥାତ୍ ଆଜି ଠାରୁ ଦେଶରେ ମହଙ୍ଗା ହେବାକୁ ଯାଉଛି ଅନେକ କିଛି । ସାଧାରଣ ଲୋକଙ୍କ ଉପରେ ପଡ଼ିବ ମହଙ୍ଗା ମାଡ଼ । ସବୁକିଛି ମହଙ୍ଗା ହେବ। ଟୋଲ୍‌ ଟିକସ ଠାରୁ ଆରମ୍ଭ କରି ଔଷଧ ପର୍ଯ୍ୟନ୍ତ ବହୁତ କିଛି ମହଙ୍ଗା ହୋଇଯିବ। ଏଥିସହ ୮୦୦ରୁ ଅଧିକ ଔଷଧର ମୂଲ୍ୟ ବଢ଼ିବ। ସେଥିରେ ଯନ୍ତ୍ରଣା ଉପଶମକାରୀ, ଆଣ୍ଟିାବୟୋଟିକ୍ ଓ ଆଣ୍ଟିଭାଇରସ୍‌ ଔଷଧଗୁଡ଼ିକର ଦାମ୍ ବୃଦ୍ଧି ପାଇବ। ଏହି ସବୁ ଔଷଧର ଦାମ୍‌ରେ ୧୦% ପର୍ଯ୍ୟନ୍ତ ବୃଦ୍ଧି ହେବ ବୋଲି କୁହାଯାଉଛି। ଟୋଲ ଟିକସରେ ୩ରୁ ୫ ଭାଗ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ବସ୍ ଭଡ଼ା ମଧ୍ୟ ବଢ଼ିଛି।

ଯେଉଁମାନେ ପାନ୍‌ ସହ ଆଧାର ଲିଙ୍କ୍‌ କରିପାରି‌ନଥିବେ ସେମାନଙ୍କୁ ଆଜିଠାରୁ ଏହି ସେବା ଲାଗି ୫୦୦ ଟଙ୍କା ଜରିମାନା ଗଣିବାକୁ ପଡ଼ିବ। ଜୁନ୍‌ ପରେ ସେହି କାମ ଲାଗି ୧୦୦୦ ଟଙ୍କା ଜରିମାନା ଗଣିବାକୁ ହେବ। ପିଏଫ୍‌ରେ ବର୍ଷକୁ ଅଢ଼େଇ ଲକ୍ଷ ଟଙ୍କାରୁ ଅଧିକ ଜମା କରୁଥିବା ସଦସ୍ୟମାନଙ୍କ ଉପରେ ଆଜିଠାରୁ ଟିକସ ଲାଗିବ। ସରକାର କ୍ରିପ୍ଟୋକରେନ୍ସି ବା ଭର୍ଚୁଆଲ୍ ଆସେଟ୍‌ ଉପରେ ଟିକସ ଲଗାଇବେ ବୋଲି ଘୋଷଣା କରିଛନ୍ତି। କ୍ରିପ୍ଟୋକରେନ୍ସିରୁ ଲୋକମାନଙ୍କ ଯେଉଁ ଆୟ ହୋଇଛି ତାହା ଉପରେ ୩୦%ର ଟିକସ ଓ ୧%ର ଟିଡିଏସ୍‌ ଲାଗିବ। ସେହିପରି, ଗତ କିଛି ଦିନ ଧରି ପେଟ୍ରୋଲ୍ ଓ ଡିଜେଲ୍‌ ଦାମ୍ ନିୟମିତ ଭାବେ ବୃଦ୍ଧି ପାଉଛି। ଆଜି ମଧ୍ୟ ସେହି ଧାରା ବଜାୟ ରହିବ। ପ୍ରତି ମାସ ପହିଲାରେ ଗ୍ୟାସ୍‌ କଂପାନିଗୁଡ଼ିକ ଏଲ୍‌ପିଜି ଦର ସଂଶୋଧନ କରୁଛନ୍ତି। ତେଣୁ କାଲି ଏଲ୍‌ପିଜି ଦରରେ ବୃଦ୍ଧି ଘୋଷଣା ହେବାର ସମ୍ଭାବନା ରହିଛି।

ଆଜି ଠାରୁ ଦେଶରେ ଗାଡ଼ି ସ୍କ୍ରାପେଜ୍ ନୀତି ଲାଗୁ ହେବ। ଏହା ସହିତ ଗାଡ଼ିଗୁଡ଼ିକର ଦାମ୍ ବୃଦ୍ଧି ପାଇବ। ସ୍କ୍ରାପେଜ୍ ନୀତି ଲାଗୁ ହୋଇଥିବାରୁ ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ିର ପୁନଃ ପଞ୍ଜୀକରଣ କରିବାକୁ ହେଲେ ⁰ଅଧିକ ଟଙ୍କା ଗଣିବାକୁ ପଡ଼ିବ। କିଛି ସଂସ୍ଥା ଏପ୍ରିଲ୍‌ ୧ରୁ ଗାଡ଼ି ଦାମ୍ ବଢ଼ାଇବେ ବୋଲି ଘୋଷଣା କରିଥିଲେ। ସେହିପରି, ଆଜି ଠାରୁ ମ୍ୟୁଚୁଆଲ୍‌ ଫଣ୍ଡ୍‌ରେ ନିବେଶ ନିୟମ ବଦଳିବ। ମ୍ୟୁଚୁଆଲ୍ ଫଣ୍ଡ୍‌ ପେମେଣ୍ଟ୍‌ କେବଳ ଡିଜିଟାଲ୍‌ ମାଧ୍ୟମରେ ହୋଇପାରିବ।

Related Posts