ମହଙ୍ଗା ମାଡରେ ଯାତ୍ରା ଭଡା ହେବ ମହଙ୍ଗା: ଉବର ପରେ ଓଲା କ୍ୟାବ୍ ଭଡା ବଢାଇବାକୁ ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ : ସାରା ଦେଶରେ ଏବେ ବର୍ଦ୍ଧିତ ଦରକୁ ନେଇ ତେଜୁଛି ଅସନ୍ତୋଷ | ତୈଳ ଦର ଏହେତୁକ ଭାବେ ବୃଦ୍ଧି ପାଉଥିବା ବେଳେ, ଯାହାର ପ୍ରଭାବ ଅନ୍ୟ ସାମଗ୍ରୀ ଉପରେ ପଡିଛି | ଯାହାକୁ ନେଇ ଏବେ ସିଧା ଖାଉଟିଙ୍କ ପାକେଟ ଉପରେ ପଡିଛି | ଏବେ ଏଇ ମହଙ୍ଗା ମାଡରେ ଯାତ୍ରା ଭଡା ବଢାଇବାକୁ ନିଷ୍ପତ୍ତି ନେଇଛି କ୍ୟାବ ଆଣ୍ଡ ଟ୍ୟାକ୍ସି ସେବା । ଉବର ପରେ ଓଲା କ୍ୟାବ୍ ଭଡା ବଢାଇବାକୁ ନିଷ୍ପତ୍ତି ନେଇଛି ।

ଆପ୍ ଆଧାରିତ ଟ୍ୟାକ୍ସି ସେବା ଯୋଗାଉଥିବା ଆମେରିକୀୟ କମ୍ପାନୀ ଉବର ମୁମ୍ବାଇ ଏବଂ ଦିଲ୍ଲୀ-ଏନସିଆର ପରେ କୋଲକାତା ଏବଂ ହାଇଦ୍ରାବାଦରେ ଭଡା ବୃଦ୍ଧି କରିଛି । ସେହିଭଳି ପ୍ରତିଯୋଗୀ କମ୍ପାନୀ ଓଲା ମଧ୍ୟ ଅନେକ ସହରରେ ଭଡା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି ।

ଉବେର ଇଣ୍ଡିଆ ଏବଂ ଦକ୍ଷିଣ ଏସିଆର ସେଣ୍ଟ୍ରାଲ୍ ଅପରେସନ୍ସର ମୁଖ୍ୟ ନୀତୀଶ ଭୂଷଣ କହିଛନ୍ତି ଯେ “ଆମେ ଡ୍ରାଇଭରମାନଙ୍କ ମତାମତ ଶୁଣିବା ପରେ ଏଭଳି ନିଷ୍ପତ୍ତି ନେଇଛୁ । ତୈଳ ମୂଲ୍ୟରେ ବୃଦ୍ଧି ହେତୁ ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଆମେ ବୁଝିପାରିଲୁ । ତୈଳ ଦର ବୃଦ୍ଧି ହେତୁ ଡ୍ରାଇଭରଙ୍କ କ୍ଷତି ସହୁଥିଲେ । ଏହାରୁ ଦୂର କରିବାକୁ ଦିଲ୍ଲୀ-ଏନସିଆର ଏବଂ କୋଲକାତାରେ ଭଡା ୧୨ ପ୍ରତିଶତ ବୃଦ୍ଧି କରିବାକୁ ଉବର ନିଷ୍ପତ୍ତି ନେଇଛି ।

ସେହିଭଳି ମୁମ୍ବାଇ ଏବଂ ହାଇଦ୍ରାବାଦରେ ଭଡା ୧୫ ପ୍ରତିଶତ ବୃଦ୍ଧି କରାଯାଇଛି। ସେ କହିଛନ୍ତି ଯେ ଆଗାମୀ ଦିନରେ କମ୍ପାନୀ ତୈଳ ମୂଲ୍ୟର ଧାରା ଉପରେ ନଜର ରଖିବ । ସେହି ଅନୁଯାୟୀ ନିଷ୍ପତ୍ତି ନେବ । ନିକଟ ସୂତ୍ରରୁ ପ୍ରକାଶ ଯେ ଭଡା ଏହି ବୃଦ୍ଧି କେବଳ କାର ବର୍ଗ ପାଇଁ ଅଟେ । ଅଟୋ ରିକ୍ସା ଭଡାରେ କୌଣସି ପରିବର୍ତ୍ତନ ହୋଇନାହିଁ । କାରଣ ସରକାର ଏହି ବିଷୟରେ ଅଲଗା ନିଷ୍ପତ୍ତି ନେଇଛନ୍ତି । ତେବେ ଯଦି ଆଗକୁ ତେଲ ଦର ଆହୁରି ବୃଦ୍ଧି ପାଏ, ତେବେ ଅଟୋ ରିକ୍ସା ଭଡା ବୃଦ୍ଧି ପାଇବା ସମ୍ଭାବନାକୁ ଏଡାଇ ଦିଆନଯାଇପାରେ |

Related Posts