ନାଦିଆ ଦୁଷ୍କର୍ମ ଏବଂ ହତ୍ୟା ମାମଲା, ସିବିଆଇ କରିବ ତଦନ୍ତ: କୋଲକାତା ହାଇକୋର୍ଟ

କୋଲକାତା: ନଦିଆ ଜିଲ୍ଲାରେ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇ ଆଖିବୁଝିବା ଘଟଣାରେ ଏହି ମାମଲାର ତଦନ୍ତ କରିବ ସିବିଆଇ | ଏନେଇ କୋଲକାତା ହାଇକୋର୍ଟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ଅଭିଯୁକ୍ତ ସହ ମାମଲା ସମସ୍ତ ଦସ୍ତାବିଜ ସିବିଆଇକୁ ହସ୍ତାନ୍ତର କରିବାକୁ ସ୍ଥାନୀୟ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି। ପରବର୍ତ୍ତି ଶୁଣାଣିରେ ସିବିଆଇ କୋର୍ଟରେ ରିପୋର୍ଟ ଦାଖଲ କରିବ।

ଉଲ୍ଲେଖଯୋଗ୍ୟ ଯେ, ପଶ୍ଚିମବଙ୍ଗର ନାଦିଆ ଜିଲ୍ଲାରେ ଏକ ନାବାଳିକାର ମୃତ୍ୟୁରେ ଚହଳ ସୃଷ୍ଟି କରିଛି। ନାବାଳିକାର ପରିବାର ଲୋକଙ୍କ ଅଭିଯୋଗ ଗୋଟିଏ ଜନ୍ମ ଦିନ ପାର୍ଟିରେ ତାଙ୍କ ଝିଅ ସହ ଦୁଷ୍କର୍ମ କରାଯାଇଥିଲା । ଘରକୁ ଫେରିବା ପରେ ଝିଅର ମୃତ୍ୟୁ ହୋଇଯାଇଥିଲା। ପରିବାର ଲୋକଙ୍କ ଅଭିଯୋଗ ମୁଖ୍ୟ ଅଭିଯୁକ୍ତ ଟିଏମସି ନେତାଙ୍କ ପୁଅ। ପୋଲିସ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଜାରି ରଖିଛି ।

ମାମଲାରେ ମୁଖ୍ୟ ଅଭିଯୁକ୍ତ ବ୍ରଜଗୋପାଳକୁ ପୋଲିସ ଗିରଫ କରାଯାଇଛି । ପୋଲିସ ଅଭିଯୁକ୍ତ ବିରୋଧରେ ଦୁଷ୍କର୍ମ, ହତ୍ୟା ଏବଂ ପ୍ରମାଣ ନଷ୍ଟ କରିବା ସହ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରାଯାଇଛି |

ସୂଚନାଯୋଗ୍ୟ, ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନ୍ତବ୍ୟକୁ ସମାଲୋଚନା କରିଛନ୍ତି ୨୦୧୨ ଦିଲ୍ଲୀ ଗଣଦୁଷ୍କର୍ମ ପୀଡ଼ିତା ନିର୍ଭୟାଙ୍କ ମାଆ। ସେ କହିଛନ୍ତି ଦୁଷ୍କର୍ମ ପୀଡ଼ିତାଙ୍କ ପ୍ରତି ଏଭଳି ଅସମ୍ବେଦନଶୀଳ ମନ୍ତବ୍ୟ ଦେଉଥିବା ବ୍ୟକ୍ତି ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଯୋଗ୍ୟ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଥିଲେ, – ଦୁଷ୍କର୍ମ ଯୋଗୁ ଜଣେ ନାବାଳିକା ମରିଗଲା ବୋଲି ଯାହା କୁହାଯାଉଛି, ତାହା କ’ଣ ଦୁଷ୍କର୍ମ? ସେ ଗର୍ଭବତୀ ଥିଲା ନା ପ୍ରେମ ବ୍ୟାପାର ଥିଲା? ସେମାନେ ତଦନ୍ତ କରିଛନ୍ତି କି? ମୁଁ ପୁଲିସକୁ କହିଛି। ସେମାନେ ଅଭିଯୁକ୍ତକୁ ଗିରଫ କରିଛନ୍ତି। ବାଳିକାର ଜଣଙ୍କ ସହ ପ୍ରେମ ସମ୍ବନ୍ଧ ଥିଲା। ଯଦି କିଏ କାହା ସହ ପ୍ରେମ କଲା ଆମେ କ’ଣ ତାକୁ ବନ୍ଦ କରିପାରିବୁ? ଏହା ଉତ୍ତରପ୍ରଦେଶ ନୁହେଁ। ଏଠାରେ ଲଭ୍ ଜିହାଦ ହୁଏ ନାହିଁ ବୋଲି ତୃଣମୂଳ ନେତ୍ରୀ କହିଥିଲେ। ଅପରପକ୍ଷେ ନିର୍ଭୟାଙ୍କ ମାଆ ମମତାଙ୍କ ମନ୍ତବ୍ୟକୁ ନାପସନ୍ଦ କରିବା ସହ ଘଟଣା ବିଧିବଦ୍ଧ ତଦନ୍ତ କରି ଦୋଷୀକୁ ଉପଯୁକ୍ତ ଦଣ୍ଡ ଦେବା ପାଇଁ ଦାବି କରିଛନ୍ତି।

Related Posts