ବଢିଲା ଖରାଛୁଟି : ଜାଣନ୍ତୁ କେବେ ଖୋଲିବ ସ୍କୁଲ…

ବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବଢିଲା ଖରା ଛୁଟି। ଆସନ୍ତାକାଲି ପରିବର୍ତ୍ତେ ଜୁନ ୨୫ ଯାଏଁ ଖରା ଛୁଟି ବଢାଇଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ। ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ମଙ୍ଗଳବାର ଏ ନେଇ ସୂଚନା ଦେଇଛନ୍ତି। ଆସନ୍ତାକାଲି ସବୁ ସରକାରୀ ସ୍କୁଲ ଖୋଲିବାର ଥିଲା। ଅନ୍ୟ ପଟେ ଆଜି ଅନେକ ବେସରକାରୀ ସ୍କୁଲ ଖୋଲି ଯାଇଥିଲା।

ଉଲ୍ଲେଖଯୋଗ୍ୟ, ଆସନ୍ତାକାଲି ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଖୋଲିବାର ଥିଲା। ମାତ୍ର ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ସ୍କୁଲ ଛୁଟି ବଢାଇବାକୁ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ଏହା ପୂର୍ବରୁ ଏପ୍ରିଲ ୨ରୁ ସକାଳୁଆ ପଢା ଚାଲିଥିଲା। ଏହା ପରେ ମେ ୪ରୁ ଖରା ଛୁଟି ଘୋଷଣା କରାଯାଇଥିଲା। ସାଧାରଣତଃ ରଜ ପରେ ସ୍କୁଲ ଖୋଲା ହୋଇ ପାଠ ପଢା ଆରମ୍ଭ ହୋଇଥାଏ। ମାତ୍ର ଚଳିତ ବର୍ଷ ମୌସୁମି ଆସିବାରେ ବିଳମ୍ବ କାରଣରୁ ରାଜ୍ୟରେ ତାତି କମିବାର ନାଁ ଧରୁନାହିଁ। ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି।

ଗତ କିଛି ଦିନ ହେଲା ରାଜ୍ୟର ଅନେକ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛୁ । ଯାହା ଫଳରେ ରାଜ୍ୟବାସୀଙ୍କୁ ହନ୍ତ ସନ୍ତ ହେବାକୁ ପଡୁଛି । ବଢୁଥିବା ରୌଦ୍ରପାତକୁ ନଜରରେ ରଖି କୋମଳମତି ଶିଶୁଙ୍କ ପାଇଁ ଏହି ଘୋଷଣା କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ ଖରାକୁ ନଜରରେ ରଖି ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ଏପ୍ରିଲ ୨ରୁ ସକାଳୁଆ ସ୍କୁଲ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା।

Related Posts