ଆସାମ ଗୌହାଟୀର ଅନେକ ସ୍ଥାନରେ ଭୟଙ୍କର ଭୂସ୍ଖଳନ: ୪ ମୃତ

ଗୌହାଟୀ: ଆସାମ ଗୌହାଟୀର ଅନେକ ସ୍ଥାନରେ ଭୟଙ୍କର ଭୂସ୍ଖଳନ ହୋଇଛି । ମାସକ ତଳେ ଆସାମରେ ବନ୍ୟା ସ୍ଥିତି ଜନଜୀବନ ଅସ୍ତବ୍ୟସ୍ତ କରିଦେଇଥିବା ବେଳେ, ଏବେ ଭୟଙ୍କର ଭୂସ୍ଖଳନ ସମାନ ସ୍ଥିତି ଆଣିଛି ।

ନିଜାରପାରରେ ଭୂସ୍ଖଳନ କାରଣରୁ ଏକ ଘର ମାଟିରେ ମିଶିଛି । ଏଥିରେ 4ଜଣଙ୍କ ଜୀବନ ଯାଇଛି । ଆହୁର 4ଜଣ ଫସିଥିବା ସୂଚନା ମିଳିଛି । ସମସ୍ତଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କିଛି ଦିନ ହେବ ଆସାମରେ ପ୍ରବଳ ବର୍ଷା ଲାଗି ରହିଛି । ଚାରିଆଡ ଜଳମୟ ହୋଇଛି । ଆସାମର ବାମୁନି ମଇଦାନ ଓ ନାଭଗ୍ରହରେ ମଧ୍ୟ ଭୂସ୍ଖଳନ ହୋଇଛି । ମଇ ମାସରେ ହୋଇଥିବା ବନ୍ୟା ପରିସ୍ଥିତି ପାଇଁ 27 ଜିଲ୍ଲାର 6 ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିଲେ । ଭୂସ୍ଖଳନ ପାଇଁ 9ଜଣଙ୍କର ମୃତ୍ୟୁ ହୋଇଥିଲା ।

Related Posts