ଆସାମରେ ୭ଟି ଟ୍ରକରେ ନିଆଁ ଲଗାଇଦେଲେ ଉଗ୍ରବାଦୀ : ୫ ଡ୍ରାଇଭର ମୃତ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଗୁରୁବାର ବିଳମ୍ବିତ ରାତିରେ ଆସାମରେ ଏକ ବଡ ଧରଣର ଅଘଟଣ ଘଟିଛି। ଆସାମର ଦିମା ହାସାଓ ଜିଲ୍ଲାର ଉମରଙ୍ଗସୋ ଲଙ୍କା ରାସ୍ତାରେ କିଛି ଉଗ୍ରବାଦୀ ସାତୋଟି ଟ୍ରକକୁ ଜାଳି ଦେଇଥିଲେ ଉଗ୍ରବାଦୀ । ଏହି ଘଟଣାରେ ୫ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଥିବାର ଖବର ମିଳିଛି। ତେବେ ପୋଲିସ ଏହି ଘଟଣାର ତଦନ୍ତ କରୁଛି । ସନ୍ଦିଗ୍ଧ ଉଗ୍ରବାଦୀମାନେ ଟ୍ରକ ଜାଳିବା ପୂର୍ବରୁ ଅନେକ ରାଉଣ୍ଡ ଗୁଳି ମଧ୍ୟ ଚଳାଇଥିଲେ । ତେବେ ଏହି ଘଟଣା ଘଟାଇବା ପରେ ଫେରାର ହୋଇଯାଇଥିଲେ ଉଗ୍ରବାଦୀ । ସୂଚନା ମୁତାବକ ଦିମା ହାସାଓ ଉମରାଙ୍ଗସୋ ଲଙ୍କା ରାସ୍ତାରେ ଥିବା ଡିସମାଓ ଗ୍ରାମ ନିକଟରେ କିଛି ମାଓବାଦୀ ସାତୋଟି ଟ୍ରକ୍ ଜାଳି ଦେବା ପରେ ଆସାମରେ ଅତି କମରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ଗୁରୁବାର ବିଳମ୍ବିତ ରାତିରେ ଡିୟୁନମୁଖ ପୋଲିସ ଷ୍ଟେସନଠାରୁ ୫ କିଲୋମିଟର ଦୂରରେ ଥିବା ରେଞ୍ଜରବିଲ ଅଞ୍ଚଳରେ ଧାଡିରେ ଛିଡା ହୋଇଥିବା ଟ୍ରକ ଉପରେ ସନ୍ଦିଗ୍ଧ ଡିମାସା ନ୍ୟାସନାଲ ଲିବରେସନ ଆର୍ମି ଆତଙ୍କବାଦୀଙ୍କ ଗୁଳି ଚଳାଇଥିବା ସେମାନେ କହିଛନ୍ତି।

ଦୁଇ ଟ୍ରକ ଡ୍ରାଇଭରଙ୍କୁ ଗୁଳିମାରି ହତ୍ୟା କରାଯାଇଥିବା ବେଳେ ସେମାନଙ୍କ ଗାଡିରେ ନିଆଁ ଲଗାଇ ଅନ୍ୟ ତିନି ଜଣଙ୍କୁ ପୋଡି ଦିଆଯାଇଥିଲା। ପୋଲିସ କହିଛି ଯେ ଟ୍ରକଗୁଡ଼ିକ ଡିମା ହାସାଓର ଉମରଙ୍ଗସୁରୁ ହୋଜାଇ ଜିଲ୍ଲାର ଲଙ୍କାକୁ କୋଇଲା ନେଇ ଯାଉଥିଲେ।

ଆତଙ୍କବାଦୀଙ୍କୁ ଧରିବା ପାଇଁ କମ୍ବିଂ ଅପରେସନ୍ ଆରମ୍ଭ କରାଯାଇଥିଲା ବୋଲି ପୋଲିସ। ଜିଲ୍ଲା ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏହି ଅଞ୍ଚଳରେ ସୁରକ୍ଷାକୁ ବଢାଇ ଦିଆଯାଇଛି। ଟ୍ରକ ମାଲିକମାନେ ଦାବି କରିଛନ୍ତି ଯେ ମାଓବାଦୀମାନେ ସେମାନଙ୍କଠାରୁ ଟଙ୍କା ମାଗିଥିଲେ। ପୋଲିସ ସୂଚନା ଅନୁସାରେ ରାତି ପ୍ରାୟ ୮.୩୦ ସମୟରେ ଦଳେ ସଶସ୍ତ୍ର ସନ୍ଦିଗ୍ଧ ଟ୍ରକ୍‌ ଗୁଡ଼ିକୁ ଅଟକାଇ ପ୍ରଥମେ ଗୁଳି ଚଳାଇଥିଲେ । ୭ଟି ଟ୍ରକ ମଧ୍ୟରୁ ୬ଟି ଟ୍ରକରେ ସିମେଣ୍ଟ୍ ଏବଂ ଗୋଟିଏ ଟ୍ରକରେ କୋଇଲା ଯାଉଥିଲା ।ହେଲେ ପୋଲିସ୍‌ ଘଟଣା ସ୍ଥଳରେ ପହଞ୍ଚିଲା ବେଳକୁ ଉଗ୍ରବାଦୀମାନେ ସେଠାରୁ ଫେରାର ହୋଇ ଯାଇଥିଲେ । ଏହି ଭୟଙ୍କର ଘଟଣା ପଛରେ DNLA ଉଗ୍ରବାଦୀ ଗୋଷ୍ଠୀର କାମ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି ।

Related Posts