ମାଲକାନଗିରି ଜିଲ୍ଲା ମୋଟୁ ଅଞ୍ଚଳରେ ବନ୍ୟା ପରିସ୍ଥିତି ସଙ୍ଗୀନ; ପୋଲ ଉପରେ ଚାଲିଲା ଡ଼ଙ୍ଗା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମାଲକାନଗିରି ଜିଲ୍ଲା ମୋଟୁ ଅଞ୍ଚଳରେ ବନ୍ୟା ପରିସ୍ଥିତି ସଙ୍ଗୀନ । କଲେ ପୋଲ ଉପରେ ଚାଲିଲା ଡ଼ଙ୍ଗା । ସେପଟେ ମୋଟୁ ବନ୍ୟା ଯୋଗୁଁ ଏବେ ବି ଅନେକ ଗାଁ ଜଳ ମଗ୍ନ ହୋଇ ରହିଛି । ଅଲମା, ପେଟା, ବିନାୟକପୁର, ମିରଲିଗୁଡ଼ା ଗାଁ ଜଳମଗ୍ନ ହୋଇ ପଡ଼ିଥିବାରୁ ସେଠାରେ ଡଙ୍ଗା ଯୋଗେ ରିଲିଫ ପ୍ରଦାନ କରାଯାଉଛି । ଆନ୍ଧ୍ର କାଲେରୁ ଅଂଚଳରେ ମଧ୍ୟ ଅଗ୍ନିଶମ କର୍ମଚାରୀ ଓ ତହସିଲ କର୍ମଚାରୀ ମାନେ ରିଲିଫ ପ୍ରଦାନ କରିଛନ୍ତି । ସେପଟେ ମାଲକାନଗିରି ମୋଟୁ ଅଂଚଳବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି । ପୋଲାଭରମ୍ ବା ଗୋଦାବରୀ ନଦୀର ପଛୁଆ ପାଣି ଯୋଗୁ ଲାଗି ରହିଥିବା ବନ୍ୟା ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଛି । ବନ୍ୟା ଜଳ ସ୍ତର ସାମାନ୍ୟ ହ୍ରାସ ପାଇଛି । ଅନ୍ୟପଟେ ଗତକାଲି ଗୋଦାବରୀ ନଦୀର ଜଳସ୍ତର ୮୦ ଫୁଟ୍ ଉଚ୍ଚରେ ପ୍ରବାହିତ ହେଉଥିବା ବେଳେ ଆଜି ଏହା ୬୪ ଦଶମିକ ୮୦ ଫୁଟକୁ ଖସି ଆସୁଛି । ହେଲେ ଏବେ ବି ତିନି ନମ୍ବର ବିପଦ ସଙ୍କେତଠାରୁ ୧୨ ଫୁଟ ଉପରେ ପ୍ରବାହିତ ହେଉଛି । ଗତ ୪ ଦିନ ହେବ ବୁଡ଼ି ରହିଛି ମାଲଗାନଗିରି ଜିଲ୍ଲାର ମୋଟୁ ଅଂଚଳ ।

ପ୍ରତିବର୍ଷ ବନ୍ୟାରେ ଏହି ଅଂଚଳ ବନ୍ୟାର ସମ୍ମୁଖୀନ ହୋଇ ନଦୀ ଗର୍ଭରେ ଲୀନ ହେବାକୁ ବସିଲାଣି । ଦୁଇ ପାଶ୍ୱର୍ ଦେଇ ବୋହି ଯାଇଥିବା ସିଲେରୁ ଓ ସାବେରୀ ନଦୀର ପ୍ରଖର ସ୍ରୋତରେ ଧୋଇ ହୋଇ ବଡ଼ ବିପଦ ସୃଷ୍ଟି କରିଛି । ଚଳିତ ବର୍ଷ ମୋଟୁ ପାଇଁ ବର୍ଷା ପ୍ରଳୟ ନେଇ ଆସିଥିବା କୁହାଯାଉଛି । ମୋଟୁ ପୁରୁଣା ବସ୍ତି ସଂପୂର୍ଣ୍ଣ ବୁଡି ଯିବାରୁ ଏଠାରେ ରହୁଥିବା ୧୫ ପରିବାରକୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ସେହିପରି ନୂଆ ମୋଟୁ ଓ ବିନାୟକପୁର ଗାଁର ମୋଟ୍ ୫୦ ପରିବାରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।

Related Posts