ନୂଆ ବର୍ଷରେ ଆହୁରି ଧନୀ ହେଲେ ଫକୀର ବାବା

ମହାରାଷ୍ଟ୍ର ଶିରିଡ଼ିର ସାଇ ବାବା । ଫକୀର ବାବା ଏବେ ଆହୁରି ଅଧିକ ଧନୀ ହୋଇଯାଇଛନ୍ତି । ନୂଆ ବର୍ଷର ଠିକ୍‌ ପୂର୍ବରୁ ଏବଂ ନୂଆ ବର୍ଷ ଦିନ ଫକୀର ବାବାଙ୍କୁ ମନ ଖୋଲି ଦାନ କରିଛନ୍ତି ତାଙ୍କ ଭକ୍ତ ଗଣ । ନୂଆବର୍ଷ ଅବସରରେ ମହାରାଷ୍ଟ୍ର ଶିରଡ଼ି ସାଇ ମନ୍ଦିରରେ ବିପୁଳ ପରିମାଣର ଦାନ କରାଯାଇଛି ।

ଡିସେମ୍ବର ୨୫ରୁ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ପ୍ରାୟ୧୪ କୋଟି ୫୪ ଲକ୍ଷ ଟଙ୍କା ଦାନ ଆକାରରେ ମିଳିଥିବା ମନ୍ଦିର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏହି ସମୟ ମଧ୍ୟରେ ପ୍ରାୟ ୯ ଲକ୍ଷ ୫୦ ହଜାର ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ କରିଥିଲେ । ବାବାଙ୍କୁ ୫୧ ଭରି ସୁନା ଓ ୧୬ କିଲୋ ରୂପା ମଧ୍ୟ ଦାନ କରାଯାଇଛି । ସୂଚନାଯୋଗ୍ୟ ଶିରିଡ଼ି ସାଇବାବାଙ୍କ ମନ୍ଦିର ଦେଶର ଅନ୍ୟତମ ଧନୀ ମନ୍ଦିର । ଏଠାରେ ପ୍ରତିବର୍ଷ ଲୋକେ ଏମିତି କୋଟି କୋଟି ଟଙ୍କା ଦାନ କରନ୍ତି । ବର୍ଷ ସାରା ଲକ୍ଷ ଲକ୍ଷ ସଂଖ୍ୟାରେ ଶ୍ରଦ୍ଧାଳୁ ମନ୍ଦିରକୁ ଆସନ୍ତି ।

Related Posts