‘ଦ ଆକ୍ସିଡେଣ୍ଟାଲ ପ୍ରାଇମମିନିଷ୍ଟର’ ବିବାଦ, 14 ଜଣଙ୍କ ନାଁରେ ମାମଲା

ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼କ୍ଟର ମନମୋହନ ସିଂହଙ୍କ ରାଜନୈତିକ ଜୀବନ ଉପରେ ଆଧାରିତ ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମମିନିଷ୍ଟର’ର ରିଲିଜ ନେଇ ବିବାଦ ବଢ଼ିବାରେ ଲାଗିଛି । ଫିଲ୍ମ ବିରୋଧରେ ମୁଜାଫରପୁର ସିଜେଏମ୍‌ କୋର୍ଟରେ ମାମଲା ରୁଜୁ ହୋଇଛି । ସୁଧୀର ଓଝା ନାମକ ଜଣେ ବ୍ୟକ୍ତି ଫିଲ୍ମ ନିର୍ମାତା, ନିର୍ଦ୍ଦେଶକଙ୍କ ସମେତ ଅଭିନେତା ଅନୁପମ ଖେର ଓ ଅକ୍ଷୟ ଖାନ୍ନା ଓ ୧୪ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ।

ଫିଲ୍ମରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ସମେତ ଅନ୍ୟ ବରିଷ୍ଠ ନେତାଙ୍କ ପ୍ରତିଛବିକୁ ଖରାପ କରିବାକୁ ପ୍ରୟାସ କରାଯାଉଥିବା ସେ ଅଭିଯୋଗ କରିଛନ୍ତି । ଆସନ୍ତା୧୧ ତାରିଖରେ ଫିଲ୍ମ ରିଲିଜ ହେଉଥିବାବେଳେ ୮ ତାରିଖରେ କୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ସେପଟେ ଏହି ଫିଲ୍ମର ଟ୍ରେଲର ୟୁଟ୍ୟୁବ୍‌ରୁ ଗାଏବ ହୋଇଯାଇଛି । ଏନେଇ ପ୍ରଶ୍ନ ଉଠାଇଛନ୍ତି ଅନୁପମ ଖେର ।

Related Posts