କେରଳ ବନ୍ୟାରେ ମୃତକଙ୍କ ପରିବାରକୁ ମିଳିବ ୪ଲକ୍ଷ ସହାୟତା ରାଶି

ସତ୍ୟପାଠ ବ୍ୟୁରୋ : କେରଳ ବନ୍ୟା ପାଇଁ କ୍ଷତିପୁରଣ ଘୋଷଣା ହୋଇଛି । ବନ୍ୟାରେ ମୃତ୍ୟୁ ବରଣ କରିଥିବା ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କାର କ୍ଷତିପୁରଣ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ । ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ମୃତ୍ୟୁ ସଂଖ୍ୟା ୪୦ ଟପିଲାଣି ଏବଂ ଅନେକ ନିଖୋଜ ରହିଛନ୍ତି ।

ବିଭିନ୍ନ ସ୍ଥାନରେ ଏବେ ବି ଲୋକେ ବନ୍ୟାପାଣି ଘେରରେ ଫସି ରହିଛନ୍ତି । ମୁଖ୍ୟମନ୍ତ୍ରୀ ପି. ବିଜୟନ କହିଛନ୍ତି ଯେ ସେନା ଏବଂ ଏନ୍ଡିଆର୍ଏଫ୍ ଦ୍ବାରା ଯୁଦ୍ଧକାଳୀନ ଭିତ୍ତିରେ ଲୋକଙ୍କୁ ଉଦ୍ଧାର ଓ ରିଲିଫ୍ କାର‌୍ୟ୍ୟ ଜାରି ରହିଛି। ଲକ୍ଷାଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଅଗଷ୍ଟ ୧୪ ପର‌୍ୟ୍ୟନ୍ତ ରାଜ୍ୟରେ ଲଗାଣ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Related Posts