ବଡ ଘୋଷଣାର ଅପେକ୍ଷାରେ ଥିଲେ ଫ୍ୟାନ୍ସ, ଲାଇଭରେ ଆସି ବିସ୍କୁଟ ଲଞ୍ଚ୍‌ କରି ଚାଲିଗଲେ ଧୋନୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା କ୍ୟାପଟେନ କୁଲ ଭାବେ ପରିଚିତ ମହେନ୍ଦ୍ର ସିଂହ ଧୋନି ଆଜି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ଆଜି ଦିନ ୨ଟାରେ ଫେସବୁକ୍ ଲାଇଭରେ କିଛି ବଡ ଘୋଷଣା କରିବାକୁ ଗତକାଲି ଧୋନୀ ସୋସିଆଲ ମିଡ଼ିଆ ମାଧ୍ୟମରେ ଜଣାଇଥିଲେ। ଏହା ପରେ ତାଙ୍କର ସମସ୍ତ ଫ୍ୟାନ୍ସ ମାନଙ୍କ ମଧ୍ୟରେ ଏହାକୁ ନେଇ ଉତ୍ସୁକତା ବଢି ଯାଇଥିଲା। କେହି କେହି ଆଲୋଚନା ମଧ୍ୟ କରୁଥିଲେ ଯେ ଧୋନୀ ଏହି ଲାଇଭ ମାଧ୍ୟମରେ ଆଇପିଏଲରୁ ନିଜର ଅବସର ଘୋଷଣା କରିବେ। ତେବେ ଆଜି ଦିନ ୨ଟା ରେ ଫେସବୁକ୍ ଲାଇଭରେ ମଧ୍ୟ ଧୋନୀ ଆସିଲେ। ହେଲେ ସେ ଏହି ଲାଇଭରେ ସମସ୍ତ ଚର୍ଚ୍ଚା କୁ ଭୁଲ୍ ପ୍ରମାଣିତ କରିଥିଲେ।ଏହି ଲାଇଭରେ ଧୋନୀ ଭାରତରେ ପୁନର୍ବାର ଓରିଓ ବିସ୍କୁଟ ଲଞ୍ଚ୍‌ କରିଛନ୍ତି। ସେ ଲାଇଭ୍‌ ଆସି ଏହି ବିଷୟରେ ସୂଚନା ଦେଇଛନ୍ତି। ଧୋନୀ କହିଛନ୍ତି, ୨୦୧୧ରେ ଏହି ବିସ୍କୁଟ ଭାରତକୁ ଆସିଥିଲା ଏବଂ ଭାରତ ବିଶ୍ୱକପ ଜିତିଥିଲା। ଏବେ ପୁଣି ଥରେ ଏହା ଭାରତରେ ଲଞ୍ଚ୍‌ ହୋଇଛି ଏବଂ ଏହି କାରଣରୁ ଏଥର ବିଶ୍ୱକପ ମଧ୍ୟ ଭାରତ ଆସିବ।୨୦୧୧ ବିଶ୍ୱକପ୍‌ବେଳେ ଧୋନୀ ଯାହା ହେୟାର ଷ୍ଟାଇଲ ରଖିଥିଲେ ତାହା ସମାନ ରଖିଛନ୍ତି।

ସୁଚନାଯୋଗ୍ୟ ଯେ, ଧୋନୀ ଶନିବାର ତାଙ୍କ ସୋସିଆଲ ମିଡିଆ ପେଜ୍‌ରେ କହିଥିଲେ ଯେ, ସେ ୨୫ ସେପ୍ଟେମ୍ବରରେ ଲାଇଭ ଆସିବେ। ଏହାକୁ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ପ୍ରଶଂସକମାନେ ଭାବିଥିଲେ ୪୧ ବର୍ଷୀୟ ଧୋନୀ ବୋଧହୁଏ କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ରୁ ଅବସର ନେବେ। କିନ୍ତୁ ତାହା ଘଟି ନ ଥିଲା।

Related Posts