ଋଷିଆର ପରମାଣୁ ଯୁଦ୍ଧର ଧମକକୁ ନେଇ ଆମେରିକା ନିଜ ନାଗରିକଙ୍କ ପାଇଁ ଜାରୀ କଲା ଆଡଭାଇଜରି

ୱାସିଂଟନ : ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ଯେପରି ଥମିବାରନାଁ ଧରୁନି । ଯୁଦ୍ଧ ଆହୁରି ଉଗ୍ର ହେବାରେ ଲାଗିଛି । ଏହାରି ମଧ୍ୟରେ ଋଷିଆ ଏବେ ପରମାଣୁ ଯୁଦ୍ଧର ଧମକ ଦେଇଛି। ତେବେ ଯୁଦ୍ଧ ଯଦି ପରମାଣୁ ଅସ୍ତ୍ରଶସ୍ତ୍ର ଆଡକୁ ମୁହାଁଇଲା ଏଥିଲାଗି ଆମେରିକା ନିଜ ନାଗରିକଙ୍କୁ ସତର୍କ କରିଛି।

ଏପରି ଯୁଦ୍ଧ ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ କହିଛି। ଏଥିଲାଗି ଏକ ଆଡଭାଇଜରି ମଧ୍ୟ ଜାରି କରିଛି। ତେବେ ଆସନ୍ତୁ ଜାଣିବା ପରମାଣୁ ଯୁଦ୍ଧକାଳରେ ଓ ପରେ କରିବାକୁ ହେବ କ’ଣ?

କ’ଣ କରିବେ ବିସ୍ପୋରଣ ପରେ
ଆଡଭାଇଜରୀରେ ବିସ୍ଫୋରଣ ତୁରନ୍ତ ପରେ ଲୋକଙ୍କୁ ଗାଧୋଇବାକୁ କୁହାଯାଇଛି। ସଫାପାଣିରେ ଗାଧୋଇପାରିବେ, ଗାଧୋଇବା ବେଳେ ସାବୁନ ମଧ୍ୟ ଲଗାଇ ପାରିବେ। ତେବେ ଗାଧୋଇବା ସମୟରେ ଦେହ ଘଷିଘାଷିହେବା କି କୁଣ୍ଡେଇ ଖଣ୍ଡିଆ କରିବାକୁ ମନା କରାଯାଇଛି। ଏହା ବଦଳ ପାଣିରେ ଧିରେ ଧିରେ ଶରୀରକୁ ଧୋଇ ସଫା କରିବାକୁ କୁହାଯାଇଛି।

କରନ୍ତୁନି ହେୟର କଣ୍ଡିସନର
ଆମେରିକା ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ (ସିଡିସି) ଯଦି ପରମାଣୁ ବିସ୍ପୋରଣ ଭଳି ପରିସ୍ଥିତି ଉପୁଜେ ଓ ବିସ୍ଫୋରଣ ହୁଏ ଏହା ପରେ ହେୟାର କଣ୍ଡିସନର ବ୍ୟବହାର ନ କରିବାକୁ କୁହାଯାଇଛି। ପରମାଣୁ ବିସ୍ଫୋରଣ ପରେ ଏଥିରୁ ବାହାରୁଥିବା ରେଡିଓ ଆକ୍ଟିଭ ଧୂଳି ବାଦଲ ଦେହରେ ଲାଗି ଯାଏ। ଏହା ଛଡା ରେଡିଓ ଧର୍ମି ଧୂଳି ପୁରା ପରିବେଶରେ ଭରିଯାଇଥାଏ। ହେୟାର କଣ୍ଡିସନରରେ ତୈଳ ଓ ସର୍ଫେସ ଆକ୍ଟିଭ ଏଜେଣ୍ଟ ଥିବା ଯୋଗୁ ବିସ୍ଫୋରଣ ପରେ ହେୟାର କଣ୍ଡିସନର ବ୍ୟବହାର ନ କରିବାକୁ କୁହାଯାଇଛି। ଶରୀର ସହ ରେଡିଓଆକ୍ଟିଭ ଡଷ୍ଟର ସିଧା ସମ୍ପର୍କ ବିପଦଜନକ ହୋଇପାରେ ।

Related Posts