କ୍ରିକେଟ ପରେ ଫିଲ୍ମ ଦୁନିଆରେ ପାଦ ରଖିଲେ ଧୋନୀ, ଖୋଲିଲେ ନିଜର ପ୍ରଡକ୍ସନ ହାଉସ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜୀବନର ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ । ଖୁବଶୀଘ୍ର ଫିଲ୍ମ ଦୁନିଆରେ ପାଦ ରଖିବାକୁ ଯାଉଛନ୍ତି କ୍ୟାପଟେନ କୁଲ । ଜଣେ ସଫଳ ଅଧିନାୟକ ଭାବେ କ୍ରିକେଟ ଦୁନିଆରେ ନିଜର ଦବଦବା ଜାହିର କରିଥିବା ଧୋନି ଏବେ ନିଜର ଏକ ପ୍ରଡକ୍ସନ ହାଉସ ଖୋଲିଛନ୍ତି । ସମଗ୍ର ବିଶ୍ୱରେ କ୍ରିକେଟ ମଇଦାନରେ ନିଜର ଜଲୱା ଦେଖାଇବା ପରେ ସିନେମା ଦୁନିଆରେ ମଧ୍ୟ କ୍ୟାପ୍ଟେନ କୁଲଙ୍କ କୁଲ ଅନ୍ଦାଜ ଦେଖିବାକୁ ମିଳିବ ।

୨୦୨୦ ମସିହାରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଏବେ କିଛି ନୂଆ କରିବାର ଆଶା ନେଇ ସିନେମା ଫିଲ୍ଡକୁ ଓହ୍ଲାଇଛନ୍ତି ଧୋନୀ । ଧୋନୀ ଏଣ୍ଟରଟେନମେଣ୍ଟ ନାଁରେ ନିଜର ଏକ ନୂଆ ପ୍ରଡକ୍ସନ ହାଉସ ଖୋଲିଛନ୍ତି। ଧୋନୀଙ୍କ ଏହି ପ୍ରଡକ୍ସନ ହାଉସରେ ତାମିଲ, ତେଲୁଗୁ ଓ ମାଲାୟାଲାମ ଫିଲ୍ମ ତିଆରି ହେବ । ରଜନୀକାନ୍ତ, ଧନୁଷ, ଜୁନିୟର ଏନଟିଆର ଓ ଥାଲାପତି ବିଜୟଙ୍କ ଭଳି ସାଉଥ୍ ଷ୍ଟାରମାନଙ୍କ ସହ କାମ କରିବେ ଧୋନୀ।

ବିଶ୍ୱ କ୍ରିକେଟରେ ଟିମ ଇଣ୍ଡିଆକୁ ଶୀର୍ଷକୁ ନେବାରେ ମହାନାୟକ ଥିଲେ ଧୋନି । ଜଣେ ୱିକେଟ କିପର ଓ ଫିନିସର ଭାବେ ଚର୍ଚ୍ଚାରେ ଥିବା ଏହି ଚେହେରା ଏବେ ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ଯାଇଥିଲେ ମଧ୍ୟ ସେ ଏବେ ବି ଆଇପିଏଲ ଖେଳୁଛନ୍ତି । ଟିିମ ଇଣ୍ଡିଆ ପାଇଁ ସେ ଅନେକ ସଫଳତା ଆଣି ଦେଇଛନ୍ତି । ଧୋନୀ ଟିମ ଇଣ୍ଡିଆ ପାଇଁ ୨୦୧୧ ବିଶ୍ୱକପ କି ଚାମ୍ପିୟନ୍ସ ଟ୍ରଫି ଓ ୨୦୦୭ ଟି-୨୦ ବିଶ୍ୱକପ ଟ୍ରଫି ସହ ଭାରତକୁ ୨୦୧୩ରେ ଚମ୍ପିଆନ୍ସ ଟ୍ରଫି ଭେଟି ଦେଇଛନ୍ତି । କେବଳ ସେତିକି ନୁହେଁ ଧୋନୀ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ୍ କୁ ମଧ୍ୟ ୪ ଥର ଚାମ୍ପିୟନ ମଧ୍ୟ କରିଛନ୍ତି । କ୍ରିକେଟ ଫିଲ୍ଡରେ ସୁପର ଡୁପର୍ ହିଟ୍ ହୋଇଥିବା ଧୋନି ସିନେମା ଦୁନିଆରେ କେତେ ସଫଳ ହେଉଛନ୍ତି ତାହା ଦେଖିବକୁ ବାକି ରହିଲା ।

Related Posts