ଉପ ଜିଲ୍ଲାପାଳ ଙ୍କ ପରେ ବିଧାୟକ ଙ୍କ ଗାଡି ଆଗରେ ଶୋଇ ପ୍ରତିବାଦ କଲେ ଚାଷି

କଳାହାଣ୍ଡି ଜିଲ୍ଲା କଲମପୁର ପେକ୍ସ ର ୪୮ ଜଣ ଚାଷୀଙ୍କୁ ଟୋକନ ଡ଼ାଟାବେସ ରେ ପଞ୍ଜିକରଣ କରିଥିବା ସତ୍ତ୍ୱେ ମଧ୍ୟ ଆଜି ସୁଦ୍ଧାଅନଲାଇନ ହୋଇ ପାରିନାହିଁ ଏଣୁ ଏହି ଚାଷିମାନେ ମଣ୍ଡି ରେ ଧାନ ବିକ୍ରି କରିବାରୁ ବଂଚିତ ରହିଛନ୍ତି।ବାରମ୍ବାର ପେକ୍ସ କର୍ମଚାରୀ ଓ ତହସିଲଦାର ଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସମାଧାନ ନ ହେବାରୁ ଗତକାଲି ଉତ୍ୟକ୍ତ ଚାଷି ଧାନ ଆଣି ତହସିଲ ଅଫିସ ରେ ଗଦା କରି ପ୍ରତିବାଦ କରିବା ସହ ପରିଦର୍ଶନ ରେ ଆସିଥିବା ଧର୍ମଗଡ ଉପ ଜିଲ୍ଲାପାଳ ଙ୍କ ସରକାରୀ ଗାଡିଆଗରେ ଶୋଇ ପ୍ରତିବାଦ କରିଥିଲେ, ସେହିପରି ଅନୁରୂପ ଭାବେ ସ୍ଥାନୀୟ ଧର୍ମଗଡ ବିଧାୟକ ମୋଉଷଧି ବାଗ କଳାହାଣ୍ଡି ଉତ୍ସବ ରେ ଯୋଗ ଦେବାକୁ ଯାଉଥିବା ବେଳେ ତାଙ୍କ ଗାଡି ଆଗରେ ମଧ୍ୟ ଚାଷି ମାନେ ଶୋଇ ପଡ଼ି ପ୍ରତିବାଦ କରିଥିବା ବେଳେ ବିଧାୟକ ଙ୍କୁ ହଟହଟା ହେବାକୁ ପଡିଥିଲା ,ପରେ ବିଧାୟକ ଜିଲ୍ଲା ଯୋଗାଣ ଅଧିକାରୀ ଙ୍କ ସହ ଯୋଗାଯୋଗ କରିବା ପରେ ଯୋଗାଣ ଅଧିକାରୀ ପହଞ୍ଚି ୭ ଦିନ ମଧ୍ୟରେ ଟୋକନ ଦେବା ସହ ଧାନ ଉଠା ଯିବା ପ୍ରତିଶୃତି ପରେ ଆମରଣ ଅନଶନ ରେ ବସିଥିବା ଚାଷୀମାନେ ଆନ୍ଦୋଳନ ପ୍ରତ୍ୟାହୃତ କରିଥିଲେ।

Related Posts