କାମିଲାଙ୍କ କମାଲ୍

ଓଡିଆ ପୁଅ ଅଂଶୁମାନ କାମିଲାଙ୍କ କମାଲ୍ ସାରା ଦେଶ ଦେଖିବାକୁ ପାଇଛି । ସର୍ବଭାରତୀୟ ଅର୍ଥନୀତି ପରୀକ୍ଷା (IES)ରେ ଶ୍ରଷ୍ଠ ବିବେଚିତ ହେବାପରେ ସାରା ରାଜ୍ୟରେ ଖୁସିର ଲହରୀ ଖେଳିଯାଇଛି । ପୂର୍ବତନ ପୋଷ୍ଟ ମାଷ୍ଟର ଜେନେରାଲ୍ ((CPMG) ସନ୍ତୋଷ କୁମାର କାମିଲା ଏବଂ ପ୍ରସିଦ୍ଧ କଣ୍ଠଶିଳ୍ପୀ ତଥା ଅର୍ଥନୀତି ବିଶାରଦ ମିତାଲୀ ଚିନାରାଙ୍କ ପୁତ୍ର ଅଂଶୁମାନ ୩୨ ଜଣ ପ୍ରତିଦ୍ବନ୍ଦୀଙ୍କୁ ପଛରେ ପକାଇ ଏହି ସର୍ବଭାରତୀୟ ପରୀକ୍ଷାରେ ଟପ୍ପର ହୋଇଛନ୍ତି ।

ଦ୍ବିତୀୟ ଉଦ୍ୟମରେ ସଫଳ ହୋଇଥିବା ଅଂଶୁମାନ ନିଜର ଖୁସିବ୍ୟକ୍ତ କରିବାକୁ ଯାଇ ନିଜ ଶିକ୍ଷକ ଏବଂ ପିତାମାତାଙ୍କୁ ଶ୍ରେୟ ଦେଇଛନ୍ତି । କେତେ ସମୟ ପରୀକ୍ଷା ପାଇଁ ଜଣେ ପରୀକ୍ଷାର୍ଥୀ ଦେଉଛି ଅପେକ୍ଷା କେତେ ସମୟ ମନୋନିବେଶ କରି ପ୍ରସ୍ତୁତି କରୁଛନ୍ତି ତାହାହିଁ ଗୁରୁତ୍ବପୂର୍ଣ୍ଣ । ନୂଆ ପିଢୀର ଆଶାୟୀ ପରୀକ୍ଷାର୍ଥୀ ମାନେ ନୂଆ ପାଠ୍ୟକ୍ରମ ଉପରେ ଅଧିକ ଧ୍ୟାନ ଦେବା ପାଇଁ ସେ କହିଛନ୍ତି । ସର୍ବଭାରତୀୟ ପରୀକ୍ଷାରେ ଅଂଶୁମାନଙ୍କ ଏହି ସଫଳତାରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

Related Posts