ନିର୍ଦ୍ଦେଶ ଦେଲେ POK ଫେରାଇ ଆଣିବୁ:ସ୍ଥଳସେନା ମୁଖ୍ୟ

ନିର୍ଦ୍ଦେଶ ଦେଲେ POK ଫେରାଇ ଆଣିବୁ:ସ୍ଥଳସେନା ମୁଖ୍ୟ
(ସତ୍ୟପାଠ ବ୍ୟୁରୋ): ନୂଆଦିଲ୍ଲୀ: ପାକ୍ ଅଧିକୃତ କାଶ୍ମୀର (POK) ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଆଉ ସରକାର ନିର୍ଦ୍ଦେଶ ଦେଲେ ଏହାକୁ ଆମେ ଫେରାଇ ଆଣିବୁ। ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏଭିଲି କହିଛନ୍ତି ନବନିଯୁକ୍ତ ସ୍ଥଳସେନା ମୁଖ୍ୟ ଏମ.ଏମ.ନାରଭାଣେ। ଯଦି ଭାରତୀୟ ସଂସଦ ଚାହିଁବ, ତା’ହେଲେ ପାକ୍ ଅଧିକୃତ କାଶ୍ମୀର ଭାରତର ହୋଇପାରିବ ବୋଲି ଦୃଢତାର ସହ ସେ କହିଛନ୍ତି । ଭାରତୀୟ ସ୍ଥଳସେନା ସେଥିପାଇଁ ସବୁବେଳେ ପ୍ରସ୍ତୁତ ରହିଛି। କେବଳ ସରକାରଙ୍କ ନିର୍ଦ୍ଦେଶକୁ ସେନା ଅପେକ୍ଷା କରିଛି। ଭାରତୀୟ ସ୍ଥଳସେନା ଜମ୍ମୁକାଶ୍ମୀରର ସମସ୍ତ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ସୈନ୍ୟ ମୁତୟନ କରିସାରିଛି ଏହା ସମ୍ପର୍କରେ ଅନେକ ଯୋଜନା ମଧ୍ୟ ଶେଷ ହୋଇଛି, କେବଳ ସରକାରୀ ନିର୍ଦ୍ଦେଶ ପାଇଲେ ଆମେ ଏହି ମିଶନରେ ସଫଳ ହେବୁ ବୋଲି ଦମ୍ଭର ସହ କହିଛନ୍ତି ସେନମୁଖ୍ୟ।

ସେପଟେ ସେନାମୁଖ୍ୟଙ୍କ ଏଭଳି ବୟାନ ପରେ ପାକିସ୍ତାନର ନିଦ ଉଡିଯାଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଘେଇଛନ୍ତି ବିରୋଧୀ। ସେମାନେ ସିଧା ସିଧା କହିଛନ୍ତି ଯେ ଜମ୍ମୁ ଓ କାଶ୍ମୀରରୁ 370 ଧାରା ଭାରତ ସରକାର ଉଛେଦ କରିବା ଦିନଠାରୁ ତାଙ୍କ ନଜର POK ଉପରେ ଥିବା ସେମାନେ କହିଥିଲେ। ହେଲେ ଇମ୍ରାନ ସରକାରଙ୍କ ଅପାରଗତା ପାଇଁ ଭାରତ ଏବେ POK କୁ ଅକ୍ତିଆର କରିବାକୁ ପ୍ରୟାସ ଆରମ୍ଭ କଲାଣି। ତେଣୁ ଏସବୁ ଇମ୍ରାନଙ୍କ ନାକାମୀପଣ ଯୋଗୁଁ ହୋଇଥିବା କହି ପାକ ପ୍ରଧାନମନ୍ତ୍ରୀଙ୍କୁ ଘେରିଛନ୍ତି ତାଙ୍କ ବିରୋଧୀ।

Related Posts