ପ୍ରତ୍ୟାହାର ହେଲା ଚାଷୀ ଆନ୍ଦୋଳନ, ମଣ୍ଡିରେ ସବୁ ଧାନ ବିକି ପାରିବେ ଚାଷୀ

ଟୋକନ୍ ବ୍ୟବସ୍ଥାକୁ ବିରୋଧ କରି ପଶ୍ଚିମଓଡିଶାର ଚାଷୀ ଚଳାଇଥିବା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଟୋକନ୍ ବ୍ୟବସ୍ଥା ପ୍ରତ୍ୟାହାର ଦାବିରେ ଆନ୍ଦୋଳନ କରୁଥିଲେ ଚାଷୀ । ଜିଲ୍ଲାପାଳଙ୍କ ସହ ପଶ୍ଚିମଓଡିଶାର ୪ ବିଧାୟକଙ୍କ ବାସଭବନ ଘେରାଉ ପରେ ଆଜି ଜାତୀୟ ରାଜପଥରେ ଚାଷୀମାନେ ରାଜରାସ୍ତାରେ ଧାରଣା ଦେଇଥିଲେ ।

ଆଜି ଘଟଣାସ୍ଥଳକୁ ଯାଇ ମନ୍ତ୍ରୀ ସୁଶାନ୍ତ ସୁଶାନ୍ତ ସିଂହ ଏବଂ ସ୍ଥାନୀୟ ବିଧାୟକ ରୋହିତ ପୂଜାରୀ ଚାଷୀଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନା ବେଳେ ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ଦୁଇଟି ପ୍ରସ୍ତାବ ଦିଆଯାଇଛି । ଧାନ କିଣାରେ ସରଳୀକରଣ ବ୍ୟବସ୍ଥା ଏବଂ ହୀରାକୁଦ କମାଣ୍ଡ ଅଞ୍ଚଳରେ ଚାଷୀଙ୍କ ଧାନ କିଣା ସମୟ ସୀମା ମଧ୍ୟ ବଢାଯିବ ବୋଲି କୁହାଯାଇଛି । ପୂର୍ବରୁ ଏହି ପରିମାଣ ୧୩ କେଜି ଥିଲା ।ସେହିଭଳି ବିନା ଟୋକନ୍‌ରେ ଯଦି କୌଣସି ଚାଷୀ ଧାନ ବିକିବାକୁ ଆସନ୍ତି ତାହେଲେ ସେହି ଚାଷୀଙ୍କଠାରୁ ଧାନ କିଣାଯିବ ଯିବ ବୋଲି ସରକାରଙ୍କ ଦୁଇ ପ୍ରତିନିଧି ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ସରକାରଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି ।

Related Posts