ରାୟଗଡା ଏସପିଙ୍କ କାର୍ଯ୍ୟାଳୟ ଉପରେ ଆକ୍ରମଣ

ଗତ କାଲି ରାତିରେ ଆଞ୍ଜିୟାପେଟା ଓ ନୂଆସାହି ମଧ୍ୟରେ ଘଟିଥିବା ଗେ।ଷ୍ଠୀ ସଂଘର୍ଷକୁ ନେଇ ରାୟଗଡା ଏସପିଙ୍କ କାର୍ଯ୍ୟାଳୟ ଉପରକୁ ଟେକାପଥର ମାଡ ହୋଇଛି ।ଏଥିରେ ରାୟଗଡା ଏସପି ଆହତ ହୋଇଥିବା ସୂଚନା ମିଳିଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଲାଠିଚାର୍ଜ କରିବାକୁ ପଡିଛି ।

ସୂଚନାଯୋଗ୍ୟ ଯେ, ଗୋଷ୍ଠୀ ସଂଘର୍ଷରେ  ନୂଆସାହିର ଉମେଶ ଚନ୍ଦ୍ର ହିଆଲ ଓ ଆଂଜିୟାପେଟାର ହରିଶ ପଟ୍ଟନାୟକ ଆହତ ହୋଇଥିଲେ । ପୂର୍ବ ଶତୃତାକୁ ନେଇ ଗେ।ଷ୍ଠୀ ସଂଘର୍ଷ ଘଟିଥିବା ଜଣାପଡିଛି । ଉଭୟଙ୍କ ପକ୍ଷରୁ ରାୟଗଡା ଥାନାରେ ମାମଲା ରୁଜୁ କରାଯାଇଛି ।

ଆଜି ନୂଆସାହିର ଶତାଧିକ ପୁରୁଷ ଓ ମହିଳା ଥାନା ଭିତରକୁ ଧସେଇ ପଶିଥିଲେ । ପୁଲିସ ପଦକ୍ଷେପ ଗ୍ରହଣ କରିବା ଦାବିରେ ପାଟିତୁଣ୍ଡ କରିଥିଲେ । ଏମିତିକି ଅପରପକ୍ଷର ଜଣେ ଯୁବକଙ୍କୁ ଥାନା ସମ୍ମୁଖରେ ଆକ୍ରମଣ ଉଦ୍ୟମ ହୋଇଥିଲା ।

ଘଟଣାକୁ ନେଇ ଦିନ ତମାମ ଉତ୍ତେଜନା ଲାଗି ରହିଥିବାବେଳେ ଗୋଟିଏ ଗୋଷ୍ଠୀର କିଛି ମହିଳା ଓ ପୁରୁଷ ଅଚାନକ ଏସପିଙ୍କ କାର୍ଯ୍ୟାଳୟ ଉରକୁ ଢେଲା ଓ କାଚମାଡ କରିଥିଲେ । ପରିସ୍ଥିତି ଅଣାୟତ୍ତ ହେଉଥିବା ଦେଖି ପୋଲିସ ଲାଠି ଚାଳନା କରିଥିଲା । ଫଳରେ ଆକ୍ରମଣକାରୀମାନେ ଛତ୍ରଭଙ୍ଗ ଦେଇଥିଲେ ।

Related Posts